Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭଣ୍ଡାରିପୋଖରୀରେ ତ୍ରିମୁଖୀ ଲଢ଼େଇ: କିଏ ମାରିବ ବାଜି..... କାହାକୁ ବାଛିବେ ଭୋଟର

Odisha

ଭଣ୍ଡାରିପୋଖରୀରେ ତ୍ରିମୁଖୀ ଲଢ଼େଇ: କିଏ ମାରିବ ବାଜି..... କାହାକୁ ବାଛିବେ ଭୋଟର

Ritu Das
Browse all articles by Ritu Das
·2 years ago·2 min read
ଭଣ୍ଡାରିପୋଖରୀରେ ତ୍ରିମୁଖୀ ଲଢ଼େଇ: କିଏ ମାରିବ ବାଜି..... କାହାକୁ ବାଛିବେ ଭୋଟର

ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି । ହାତରେ ଆଉ ଦିନ କେଇଟା ବାକି ଥିବା ବେଳେ, ପ୍ରଚାରକୁ ଜୋରଦାର କରୁଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ । ଭଦ୍ରକ ଜିଲ୍ଲାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ଭଣ୍ଡାରିପୋଖରୀ । ଏହି ନିର୍ବାଚନ ମଣ୍ଡଳୀରେ ଏଥର ଜୋରଦାର ଟକ୍କର । ଏଥର ମାଟି ବନାମ ପ୍ରାର୍ଥୀର ଲଢେଇ । ବିଜେପି ପକ୍ଷରୁ ଏଥର ପ୍ରାର୍ଥୀ ହୋଇଛନ୍ତି- ମାଟିର ପୁଅ ଡକ୍ଟର ସୁଧାଂଶୁ ନାୟକ । ଜଣେ ନାଟ୍ୟକାର ଭାବେ ରାଜ୍ୟରେ ଜଣାଶୁଣା।

ସେହିପରି ଅନ୍ୟ ଏକ ପରିଚୟ ହେଉଛି ବନ୍ତ ଅଞ୍ଚଳରେ ଥିବା ଆଞ୍ଚଳିକ ମହାବିଦ୍ୟାଳୟରେ ଦୀର୍ଘ 30 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷାଦାନ ଦେଇ ଗୁରୁ ଭାବେ ସେ ବେଶ୍ ପରିଚିତ । ଭଣ୍ଡାରିପୋଖରୀରରେ ସବୁଠୁ ବଡ଼ ସମସ୍ୟା ହେଉଛି ବନ୍ୟା ସମସ୍ୟା । ଯାହାର ସମ୍ପୂର୍ଣ୍ଣ ସ୍ଥାୟୀ ସମାଧାନ କରିପାରିନାହାନ୍ତି ୨୪ ବର୍ଷର ସ୍ଥିର ବିଜେଡି ସରକାର । ସୁଧାଂଶୁ ବିଧାୟକ ହେଲେ ସେ ସମସ୍ୟାର ସମାଧାନ କରିବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି । ସୁଧାଂଶୁ ନାୟକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ କରିବା ସହ ପଞ୍ଚାୟତ ସ୍ତରରେ ବୈଠକ କରି ଲୋକମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଉଛନ୍ତି । 

ସେହିପରି କଂଗ୍ରେସ ଦଳର ହେଭିୱେଟ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ଦ୍ବିତୀୟ ଥର ପାଇଁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ଲଢୁଛନ୍ତି । ନିରଞ୍ଜନଙ୍କ ଘର କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ । ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ନିରଞ୍ଜନ । ଏଥର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ମଇଦାନକୁ ଓହ୍ଲାଇଛନ୍ତି ନିରଞ୍ଜନ ପଟ୍ଟନାୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଏଥର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ପ୍ରାର୍ଥୀ ପରିବର୍ତ୍ତନ କରିଛି । ଦଳର ହେଭିୱେଟ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବଦଳରେ ଭଦ୍ରକ ବିଧାୟକ ଥିବା ସଂଜୀବ ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି । ସଂଜୀବ କହିଛନ୍ତି, ଏ ଅଞ୍ଚଳରୁ ତାଙ୍କ ବାପା ପ୍ରଥମେ ବିଧାୟକ ହୋଇଥିଲେ । ଏ ମାଟି ତାଙ୍କ ପାଇଁ ନୂଆ ନୁହଁ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ସଞ୍ଜୀବ । ବିଭିନ୍ନ ସ୍ଥାନରେ ରୋଡ଼ ସୋ କରିବା ସହ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କରୁଛନ୍ତି । 

ଚଳିତ ନିର୍ବାଚନରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା ମାଟିର ପୁଅକୁ ବାଛୁଛନ୍ତି ନା ଆଉ କାହାକୁ ବାଛୁଛନ୍ତି ତାହା ଦେଖିବାକୁ ବାକି ରହିଲା। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus Whatsapp Channel Mobile Top
Sponsored
Three-way fight in Bhandaripokhri | Argus News