Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସନ୍ତା ୨୪  ଘଣ୍ଟାରେ ଛେଚିବ, ଉଡାଇବ 

Odisha

ଆସନ୍ତା ୨୪  ଘଣ୍ଟାରେ ଛେଚିବ, ଉଡାଇବ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆସନ୍ତା ୨୪  ଘଣ୍ଟାରେ ଛେଚିବ, ଉଡାଇବ 

ଭୁବନେଶ୍ୱର:  ଆସନ୍ତା ୨୪  ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା  । ଏଥିସହ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ରହିବ । ୨୧ ଓ ୨୨ ତାରିଖରେ ବର୍ଷାର ପରିମାଣ ବଢିବ । ଆସନ୍ତା ୫ ଦିନ ଯାଏଁ ବର୍ଷା ସମ୍ଭାବନା ରହିଚି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କଲା ପାଣିପାଗ କେନ୍ଦ୍ର । ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେଉଁଝର, ଅନୁଗଳ, ଢେଙ୍କାନାଳ, ଦେଓଗଡ, ସୁନ୍ଦରଗଡ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡା ଓ ପୁରୀ ଜିଲ୍ଲା । ଏଥିସହ ଆଗାମୀ ଦୁଇ ଦିନ ଯାଏଁ ଗରମ ଗୁଳୁଗୁଳିରୁ ତ୍ରାହି ନାହିଁ ।

ଉପକୂଳ ସମେତ ଉତ୍ତର ଉପକୂଳ ଓ ଦକ୍ଷିଣ ଓଡିଶା ମଧ୍ୟ ହେବ ସନ୍ତୁଳି । ବିଶେଷ ଭାବେ ବାଲେଶ୍ୱର , ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲା ହେବ ସନ୍ତୁଳି । ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଜି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ସେପଟେ ,କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଂଶକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବରୁ ମାଲକାନଗିରି କୋରାପୁଟ ଜିଲ୍ଲା ଛୁଇଁଥିଲା ମୌସୁମୀ ବାୟୁ । ପାଗ ଅନୁକୂଳ ଥିବାରୁ ଆସନ୍ତା ୩ ଦିନରେ ରାଜ୍ୟର ଅନେକ ଜିଲ୍ଲାକୁ ଛୁଇଁବ ମୌସୁମୀ ବାୟୁ । ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ୪୭  ମଲିମିଟର ନବରଙ୍ଗପୁରରେ ରେକର୍ଡ କରାଯାଇଛି ।  ସେହିପରି ୪୨.୩ ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thunderstorm and rain likely in next 24 hours | Argus News