|
logo
Live
Argus News App
GET APP

Argus News - ରାୟଗଡାରେ ତାଣ୍ଡବ ରଚିଲା କାଳବୈଶାଖୀ

Odisha

ରାୟଗଡାରେ ତାଣ୍ଡବ ରଚିଲା କାଳବୈଶାଖୀ

Smruti Parija
Browse all articles by Smruti Parija
·1 year ago·1 min read
ରାୟଗଡାରେ ତାଣ୍ଡବ ରଚିଲା କାଳବୈଶାଖୀ

ରାୟଗଡା:  କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷତି । ୪୫ ନମ୍ବର ରାଜ୍ୟ ରାଜପଥରେ ଗଛ ପଡି ରାସ୍ତା ଅବରୋଧ । ଅଗ୍ନିଶମ କର୍ମଚାରୀ ପହଞ୍ଚି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି । ଆଜି ପ୍ରାୟ ୩ ଟା ବେଳେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବ୍ୟାପକ କ୍ଷତି ଘଟିଛି ।  ଶିକାର ପାଇ ମୂଖ୍ୟ ସଡ଼କରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ଅନେକ ଘର ଛାତ ଉଡ଼ାଇ ଦେଇଛି । 

ସେହିପରି ବୁଡ଼ାଗୁଡ଼ା ପଞ୍ଚାୟତ ଦେଉଲବାଡ଼ି ଠାରେ ମଧ୍ୟ ବିରାଟ ଗଛ ଭାଙ୍ଗି ଘର ଉପରେ ପଡିଛି । ଫଳରେ ଘରେ ରହୁଥିବା ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଛନ୍ତି । କଲ୍ୟାଣସିଂହପୁର ଠାରୁ ରାୟଗଡ଼ା ଯିବା ୪୫ ନମ୍ବର ରାଜ୍ୟ ରାଜପଥ ସିକରପାଇ ଠାରେ ଗଛପଡି ରାସ୍ତା ଅବରୋଧ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ରାସ୍ତା ସଫା କରୁଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାୟଗଡାରେ ତାଣ୍ଡବ ରଚିଲା କାଳବୈଶାଖୀ | Argus News