Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟିକେଟ ଲବି ନେଇ ଚାଲିଛି ଘମାଘୋଟ ଲଢେଇ

Odisha

ଟିକେଟ ଲବି ନେଇ ଚାଲିଛି ଘମାଘୋଟ ଲଢେଇ

Smruti Parija
Browse all articles by Smruti Parija
·2 years ago·2 min read
ଟିକେଟ ଲବି ନେଇ ଚାଲିଛି ଘମାଘୋଟ ଲଢେଇ

ନୂଆପଡା: ବିଜେଡି ଟିକେଟ ପାଇଁ ଟଣାଓଟରା । ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ନୂଆ ଟ୍ଵିଷ୍ଟ । ପଦାରେ ପଡୁଛି ବିଜେଡିର ଟିକେଟ କଳି । ଆଗରୁ ପ୍ରେସ୍ ମିଟ୍ ଜରିଆରେ ଆଉ ଏବେ ବିଜୁ ଜୟନ୍ତୀ ସଭାରେ ବିଜେଡି ଟିକେଟ୍ ନେଇ ଗର୍ଜିଲେ ବିଜେଡି ନେତା । ବିଜେଡି ଲବି ନେଇ ଖଡ଼ିଆଳ କଂଗ୍ରେସ ବିଧାୟକ ଉପରେ ବର୍ଷିଲେ ବିଜେଡି ନେତା ଲମ୍ବୋଦର ନିଆଲ ।

ଖଡ଼ିଆଳରେ ବିଜେଡି ଟିକେଟ୍ ପାଇଁ ଘମାଘୋଟ ଲଢେଇ । ବିଜେଡି ଟିକେଟ ଲବି ନେଇ ବିଜୁ ଜୟନ୍ତୀ ସଭାରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଉପରେ ଖୁଲମଖୁଲା ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ । ପରାଜୟ ଭୟରେ କଂଗ୍ରେସ ଛାଡି ବିଜେଡି ଯିବାକୁ ଲବି ରଖିଛନ୍ତି ବିଧାୟକ ବୋଲି ବର୍ଷଛନ୍ତି ବିଜେଡି ନେତା ଲମ୍ବୋଦର ନିଆଲ । ସେପଟେ ବିଧାୟକ ଅଧୀରାଜ ପାଣିଗ୍ରାହୀ ଲାଗି ହିଁ ଅଞ୍ଚଳରେ ବିକାଶ ହୋଇଛି ବୋଲି ବିଜେଡି ନେତା ଉପରେ ବର୍ଷିଛନ୍ତି କଂଗ୍ରେସ କର୍ମୀ । 

ସେପଟେ କଂଗ୍ରେସ କର୍ମୀ କହିଲେ ଅଞ୍ଚଲ ରେ ଯାହା ବିକାଶ ହୋଇଛି ଖଡ଼ିଆଳ ବିଧାୟକ ପାଇଁ l ନୂଆପଡା ଜିଲ୍ଲା ସିନାପାଲି ଠାରେ ବିଜେଡି ଦଳ ପକ୍ଷରୁ ବିଜୁ ଜୟନ୍ତୀ ପାଳନ ହୋଇଛି । ଆଉ ଏହି ସଭାରେ ଜିଲ୍ଲାର ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ ଭାଷଣ ଦେବା ସମୟରେ ଖଡ଼ିଆଳର କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ ଉପରେ ଖୋଲା ଖୋଲି ଭାବେ ବର୍ଷିଛନ୍ତି । ସେ କହିଛନ୍ତି ଖଡ଼ିଆଳ କଂଗ୍ରେସ ବିଧାୟକ ବିଜେଡି ଟିକେଟ ପାଇଁ ଲବି ଲଗାଇଛନ୍ତି । ଆମେ ବିଜେଡିକୁ ମଜବୁତ କରିବା ପାଇଁ ଖଟୁଛୁ ତେଣୁ ଅନ୍ୟ ଦଳର ଆମଦାନୀ ନେତାଙ୍କୁ ବିଜେଡିରେ ଜାଗା ନାହିଁ । 5 ବର୍ଷ ଭିତରେ ଲୋକଙ୍କ ପାଖକୁ ଯାଇନାହାନ୍ତି ଖଡ଼ିଆଳ ବିଧାୟକ ଏବଂ କିଛି କାମ କରି ନାହାନ୍ତି । ହେଲେ ଏବେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ହାରିବା ଭୟରେ କଂଗ୍ରେସ ଛାଡି ବିଜେଡିକୁ ଯିବା ପାଇଁ ଲବି ରଖି ଟିକେଟ ଆଶା ରଖିଛନ୍ତି । ଆଉ ଦମ ଅଛି ତ ଖଡ଼ିଆଳ ବିଧାୟକ କଂଗ୍ରେସରୁ ଖଡ଼ିଆଳରେ ଉଠି ଜିତିକି ଦେଖାନ୍ତୁ ବୋଲି ଖୁଲୁମ ଖୁଲା ବର୍ଷିଛନ୍ତି ବିଜେଡି ନେତା ଲମ୍ବୋଦର ନିଆଲ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟ କଳି ସରୁ ନଥିବାବେଳେ, ବିଧାୟକ ଉପରେ ବିଜେଡି ନେତାଙ୍କ ଚ୍ୟାଲେଞ୍ଜ ନୂଆ ଟ୍ଵିଷ୍ଟ୍ ଆଣିଛି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

Painting
Sponsored
ticket lobby-in-khadiala-bjd- | Argus News