|
logo
Live

Argus News - ବଫର ଓ କୋର ଅଂଚଳରେ ନିଆଁ ଲାଗିନି, ବୁଲୁଛନ୍ତି ବାଘ ଛୁଆ 

Odisha

ବଫର ଓ କୋର ଅଂଚଳରେ ନିଆଁ ଲାଗିନି, ବୁଲୁଛନ୍ତି ବାଘ ଛୁଆ 

Smruti Parija
Browse all articles by Smruti Parija
·1 year ago·1 min read
ବଫର ଓ କୋର ଅଂଚଳରେ ନିଆଁ ଲାଗିନି, ବୁଲୁଛନ୍ତି ବାଘ ଛୁଆ 

ଭୁବନେଶ୍ୱର:  ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିଲେ ମଧ୍ୟ ସୁରକ୍ଷିତ ବୁଲୁଛି ବାଘ ଛୁଆ । ଶିମିଳିପାଳର ବଫର ଓ କୋର ଅଂଚଳରେ ବାଘ ଅଛନ୍ତି । ଏହି ଅଂଚଳରେ ନିଆଁ ଲାଗି ନଥିବାରୁ ବାଘ ସୁରକ୍ଷିତ ଥିବା ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଅନ୍ୟ ଜନ୍ତୁମାନେ ମଧ୍ୟ ସୁରକ୍ଷିତ ଅଛନ୍ତି । ସାଧାରଣତଃ ଗାଁ ନିକଟରେ ଥିବା ଜଙ୍ଗଲରେ ନିଆଁ ଲାଗିଛି । 2 ଟି ଓଡ୍ରାଫ ଟିମ୍ ସହ 300 ଫାୟାର ସ୍କ୍ୱାଡ୍ ନିଆଁ ଲିଭା କାମରେ ଲାଗିଛନ୍ତି । 

ସେପଟେ ନିଆଁ ଉପରେ ନଜର ରଖିବା ପାଇଁ ଶିମିଳିପାଳରେ ଲାଗିଛି 360 ଡିଗ୍ରୀ AI କ୍ୟାମେରା । 6 ଟି ଟାୱାରରେ ଲଗାଯାଇଛି ଏହି କ୍ୟାମେରା । ଧୂଆଁ ଉଠିବା ମାତ୍ରେ ସମ୍ପୃକ୍ତ ସ୍ଥାନକୁ ଜୁମ୍ କରି ଭିଡିଓ କରିବା ସହ ଲୋକେସନ୍ ଜଣାଇବ କ୍ୟାମେରା । ଆଗକୁ ସାତକୋସିଆ ସହ ଦକ୍ଷିଣ ଓଡିଶା ଜଙ୍ଗଲରେ ଏହି କ୍ୟାମେରା ଲଗାଇବାକୁ ଯୋଜନା ରହିଥିବା ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଫର ଓ କୋର ଅଂଚଳରେ ନିଆଁ ଲାଗିନି, ବୁଲୁଛନ୍ତି ବାଘ ଛୁଆ  | Argus News