Tiger Falls Into Well / କୁଅରେ ପଡ଼ିଲା ବାଘ, ୭ ଘଣ୍ଟା ପରେ ଉଦ୍ଧାର କଲା ବନବିଭାଗ
·3 weeks ago·2 min read

Key Points
ଉମରକୋଟରେ କୁଅରେ ପଡ଼ିଲା ବାଘ
୭ ଘଣ୍ଟା ପରେ ଉଦ୍ଧାର ହେଲା ବାଘ
ବାଘକୁ ଦେଖିବାକୁ ଲୋକଙ୍କ ଭିଡ଼
୭ ଘଣ୍ଟା ପରେ ଉଦ୍ଧାର ହେଲା ବାଘ
ବାଘକୁ ଦେଖିବାକୁ ଲୋକଙ୍କ ଭିଡ଼
ଉମରକୋଟ୍,୦୭/୦୮: କୁଅରେ ପଡ଼ିଲା ବାଘ। ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ କlଙ୍କେର ଜିଲ୍ଲାର ସାଇମୁଣ୍ଡା ଗ୍ରାମରେ ବିଳମ୍ବିତ ରାତିରେ ଏକ କଲରl ପତରିଆ ବାଘ କୂଅରେ ପଡ଼ିଯାଇଥିଲା। ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲା ବାଘ। ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ କୂଅରୁ ଉଦ୍ଧାର କରିଥିଲେ। ସାରୋନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ସାଇମୁଣ୍ଡା ଗ୍ରାମରେ ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ କଲରା ପତରିଆ ବାଘ ଗାଁ ମୁଣ୍ଡରେ ଥିବା ଏକ କୂଅ ଭିତରେ ପଡ଼ି ଯାଇଥିଲା l
ସକାଳୁ ଗର୍ଜନ କରିଥିଲା ବାଘ। ବାଘର ଚିତ୍କାର ଶୁଣି କୂଅ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା l ଖବର ପାଇ ବନ ବିଭାଗର କିଛି କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ଘଟଣା ସ୍ଥଳରେ କିଛି ଅପ୍ରୀତିକର ପରିସ୍ଥିତି ଯେଭଳି ନଘଟେ ସେ ନେଇ ପୁଲିସ ଏବଂ ବନ ଅଧିକାରୀ ସଜାଗ ରହିଥିଲା। ଗ୍ରାମବାସୀଙ୍କୁ କୂଅ ନିକଟରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେବା ସହିତ ପୋଲିସ ସମସ୍ତ ଦିଗରେ ନଜର ରଖିଥିଲା। ବାଘଟିକୁ ଉଦ୍ଧାର କରି ବନ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିବା ଜଣା ପଡ଼ିଛି।
ପଢନ୍ତୁ ଏହି ଖବର: ମାତ୍ର ଅଢେଇ ବର୍ଷରେ ଫାସରେ ପଡ଼ି ବାଘର ଗଲା ଜୀବନ
କିଛିଦିନ ପୁର୍ବରୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଚାଞ୍ଚଲ୍ୟ। ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଏକ କଲରାପତରିଆ ବାଘର ମୃତଦେହ। ବାଘ ଦେହରେ ଦଉଡ଼ି ସହ ପଥରଟି ବନ୍ଧା ହୋଇ ରହିଥିଲା। ଏଥିରୁ ଶିକାରୀ ଫାସରେ ପଡ଼ିବା ପରେ କୌଣସି ପ୍ରକାରେ ଖସିଆସିବା ପରେ ବାଘଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ରସର ନିକଟରେ ରହୁଥିବା ବୁଲାକୁକୁରମାନେ ଗଛକୁ ଦେଖି ଭୁକିଥିଲେ। ଏହାପରେ ସ୍ଥାନୀୟ ଲୋକ ଗଛ ଉପରେ ବାଘ ରହିଥିବା ଦେଖିବାକୁ ପାଇ ବନ ବିଭାଗକୁ ସୂଚିତ କରିଥିଲେ। ଖବର ପ୍ରସାରିତ ହେବା ପରେ ବାଘଟିକୁ ଦେଖିବାକୁ ଆଖପାଖର ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ଖବରପାଇ ଖଲ୍ଲିକୋଟ ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଶେଷରେ ଅଗ୍ନିଶମ ବାହିନୀ ଦ୍ୱାରା ଗଛରୁ ବାହାର କରାଯାଇଥିଲା।
ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି, ବନ୍ୟଜନ୍ତୁ ଶିକାର କରିବାକୁ ଶିକାରୀ ଫାସ ପକାଇଥିଲେ। ଏଥିରେ ଗାଡ଼ିର ଶକ୍ତ କ୍ଲଚ୍ ତାର ସହ ପଥର ସଂଯୋଗ କରାଯାଇଥିଲା। ତେବେ ବାଘଟି କୌଣସି ପ୍ରକାରେ ଉକ୍ତ ଫାସରୁ ଖସିଯିବା ପରେ ଜୀବନ ବିକଳରେ ଗଛଉପରକୁ ଚଢ଼ିଯାଇଥିଲା। ସେଠାରେ ଆଘାତଜନିତ ଚାପରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଥିଲା।

Related Topics
Explore more stories