Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Tiger Panic Cuttack / କଟକରେ ବୁଲୁଛି ବାଘ ! ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·1 min read
କଟକରେ ବୁଲୁଛି ବାଘ ! ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ
Tiger

Key Points

କଟକରେ ବାଘ ଆତଙ୍କ
ବାଘ ଭଳି ଦେଖା ଯାଉଥିବା ଜନ୍ତୁର ଭିଜୁଆଲ ସିସିଟିଭିରେ କଏଦ
ଘଟଣାସ୍ଥଳରେ ବନ ବିଭାଗ ଟିମର ତନାଘନା
କଟକରେ ବାଘ ଆତଙ୍କ । କଟକ ଜଗତପୁର ଇମାମ ନଗର ଅଞ୍ଚଳରେ ବାଘ ଭଳି ଦେଖା ଯାଉଥିବା ଏକ ଜନ୍ତୁର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ତେବେ ଏହା ବାଘ ନାଁ ଅନ୍ୟ କେଉଁ ଜନ୍ତୁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅଧିକ ପଢ଼ନ୍ତୁ: ବିମାନ ଦୁର୍ଘଟଣାସ୍ଥଳରେ ମନ୍ତ୍ରୀଙ୍କ ଅନୁଧ୍ୟାନ, ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ତଦନ୍ତ ଚାଲିଛି


ସେପଟେ ସିସିଟିଭି ଭିଜୁଆଲ ଭାଇରାଲ ହେବା ପରେ ବନ ବିଭାଗ ଘଟଣାର ତନାଘନା ଜାରି ରଖିଛି । ବାଘ ବୁଲିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ବାଘ ଭଳି ଦେଖାଯାଉଥିବା ଏକ ଜନ୍ତୁର ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Tiger Panic in Cuttack as CCTV Captures Tiger-Like Animal in Jagatpur | Argus News