Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

5 ବର୍ଷରେ ପର୍ଯ୍ୟାୟକ୍ରମେ ଆସିବେ 14ଟି ବାଘ

Smruti Parija
Browse all articles by Smruti Parija
·1 year ago·1 min read
5 ବର୍ଷରେ ପର୍ଯ୍ୟାୟକ୍ରମେ ଆସିବେ 14ଟି ବାଘ

ଅନୁଗୁଳ: ଅନୁଗୁଳ ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ । ଏଥିପାଇଁ ବନବିଭାଗ ପକ୍ଷରୁ 5 ବର୍ଷିଆ ଯୋଜନା କରାଯିବ । 5 ବର୍ଷରେ ପର୍ଯ୍ୟାୟକ୍ରମେ 14ଟି ବାଘ ଆସିବେ । ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରେ ବାଘମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ଥିବାରୁ ସେଠାରୁ ବାଘ ଆସିବେ । ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଏନଟିସିଏ ଅନୁମୋଦନ ଦେଇଛି । 

ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ଅନେକ ସର୍ତ୍ତ ରଖିଛି । ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଯିବ ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ପ୍ରକଳ୍ପ ବାବଦରେ ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରାଯିବ । କୋର୍ ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି । ବଫର ଏରିଆରୁ 6ଟି ଗାଁ ଖାଲି ହୋଇଥିବାବେଳେ ଆଉ କିଛି ଗାଁ ଖାଲି କରାଯିବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tiger project will be started again in Angul Satkoshia | Argus News