Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

  ବାଘ ଛାଲ ଜବତ,  ୩ ଶିକାରୀ ଗିରଫ  

Manini Pattanayak
Browse all articles by Manini Pattanayak
·1 year ago·1 min read
  ବାଘ ଛାଲ ଜବତ,  ୩ ଶିକାରୀ ଗିରଫ  

କନ୍ଧମାଳ:  ଫୁଲବାଣୀ ବନ ବିଭାଗକୁ ବଡ ସଫଳତା । କଲରା ପତରିଆ ବାଘ ଛାଲ ଡିଲ ହେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ବନ ବିଭାଗ ର ଟିମ୍ ଗୁଦାରୀ ଗ୍ରାମ ନିକଟରେ, ଦୁଇଟି ବାଇକ୍ ରେ ତିନି ଜଣ ବାଘ ଛାଲ ମାଫିଆ  ଡ଼ିଲ କରୁଥିବା ସମୟରେ, ମାଡ଼ି ବସିଥିଲେ ।  ସର୍ଚ୍ଚ କଲାବେଳେ, ସେମାନଙ୍କ ପାଖରୁ ଏକ ବୟସ୍କ କଲରା ପତରିଆ ବାଘ ଛାଲ ସହ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, କୁଟୁରା ମୁଣ୍ଡର ସିଙ୍ଗ, ଛେରା ଓ ବନ୍ଧୁକ ପାଉଡର ସହ ଦୁଇ ବାଇକ୍ ଜବତ ହୋଇଛି ।

ଏଥିରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ତିନି ଅଭିଯୁକ୍ତ ହେଲେ ,ସଞ୍ଜୟ ମଲ୍ଲିକ, ତ୍ରିନାଥ ମଲ୍ଲିକ ଓ ପ୍ରଭାତ କହଁର । ସେମାନଙ୍କ ନାମରେ ଅନ୍ୟ କେଉଁ ମାମଲା ରହିଛି , ତାକୁ ନେଇ ଖୋଳତାଡ କରୁଛି ବନ ବିଭାଗ । ଆଗାମୀ ଦିନରେ ବାଘ ଛାଲ ମାଫିଆ  ଓ ଶିକାରୀ ମାନଙ୍କୁ ଧରିବା ପାଇଁ ଟିମ୍ ଗଠନ  କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଫୁଲବାଣୀ ବନ ବିଭାଗ ଅଧିକାରୀ ପ୍ରଶାନ୍ତ ପଟେଲ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tiger skin seized, 3 poachers arrested | Argus News