ଦୁଇଟି ବାଘ ଛାଲ ଜବତ, ଜଣେ ଗିରଫ
·2 years ago

ଭୁବନେଶ୍ୱର: ପୁଣି ଧରା ହେଲା କାଳରପତରିଆ ବାଘ ଛାଲ । କୁଚିଣ୍ଡା ଥିଆନଳା ନିକଟରୁ ଦୁଇଟି ବାଘ ଛାଲ ଜବତ । ବିକ୍ରି ପାଇଁ ଉଦ୍ୟମ ବେଳେ ଅଭିଯୁକ୍ତ ସଂକୀର୍ତନ ମୁଣ୍ଡାକୁ ଗିରଫ କଲା ଏସଟିଏଫ । ତେବେ କେଉଁଠି ବାଘ ଶିକାର ହୋଇଛି ଓ କାହାକୁ ବିକ୍ରି କରିଥାନ୍ତା ସେ ନେଇ ତଦନ୍ତ ଚାଲିଛି ।
ଏହାପୂର୍ବରୁ ଦାରିଙ୍ଗବାଡି ଥାନା ଅଞ୍ଚଳରୁ ଚିତାବାଘ ଛାଲ ଜବତ କଲା STF ଦଳ । ଚିତା ବାଘ ଛାଲ ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ଜଣଙ୍କୁ ଗିରଫ କରାଯାଇଥିଲା । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗୋହିବାଡ଼ି ଗ୍ରାମର ଗଞ୍ଜନ ପ୍ରଧାନ ନାମକ ଏକ ବ୍ୟକ୍ତିକୁ ଗିରଫ କରିଥିଲା ଏସଟିଏଫ ।
ଆହୁରି ପଢନ୍ତୁ ଅପରାଧ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: