Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଜପତି ଢେପାଗୁଡ଼ାରେ ବାଘ ଆତଙ୍କ

Ritu Das
Browse all articles by Ritu Das
·1 year ago·1 min read
ଗଜପତି ଢେପାଗୁଡ଼ାରେ ବାଘ ଆତଙ୍କ

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡା କୃଷ୍ଣପୁର ଗାଁରେ ବାଘ ଆତଙ୍କ। ଗାଁ ନିକଟସ୍ଥ ଜଙ୍ଗଲରେ ଗୋଟିଏ ଗାଈକୁ ମାରି ଖାଇଥିବା ଜଣାପଡିଛି। ଆଜି ସକାଳେ ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିଲେ। ତେବେ ଜଙ୍ଗଲରେ ଗୋଟିଏ ଗାଈ ମରି ପଡ଼ିଥିବା ବେଳେ ଗାଈର ଶରୀରର ଅଧା ଅଂଶ ନ ଥିବା ଲୋକେ ଦେଖିଥିଲେ। ତେଣୁ ଗାଈକୁ ବାଘ ଖାଇ ଥିବା ସନ୍ଦେହ କରିଛନ୍ତି ଗାଁ ଲୋକେ। 

ଖବର ପାଇ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଗତ କାଲି ଦିଗପହଣ୍ଡି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଥିବା ବେଳେ ଆଜି ଚନ୍ଦ୍ରଗିରି ବନାଞ୍ଚଳ କୃଷ୍ଣପୁର ଗାଁରେ ପୁଣି ଏକ ବାଘ ଆତଙ୍କ ଲୋକଙ୍କୁ ଭୟଭୀତ କରିଛି। ଆଜି ସକାଳେ ଗାଁର କିଛି ଲୋକ ଜଙ୍ଗଲ କୁ ଯାଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tiger terror | Argus News