Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମୟ ବଦଳିଛି...ଯୁଗ ବଦଳିଛି ହେଲେ ବଦଳିନି ମଣିଷର କୁସଂସ୍କାର

Jitendra Dash
Browse all articles by Jitendra Dash
·2 years ago·2 min read
ସମୟ ବଦଳିଛି...ଯୁଗ ବଦଳିଛି ହେଲେ ବଦଳିନି ମଣିଷର କୁସଂସ୍କାର

ଅର୍ଗସ ବ୍ୟୁରୋ : ସମୟ ବଦଳିଛି...ଯୁଗ ବଦଳିଛି । ହେଲେ ବଦଳିନି ମଣିଷର କୁସଂସ୍କାର, ବଦଳିନି କୁତ୍ସିତ ମାନସିକତା । ଅନ୍ଧବିଶ୍ଵାସର ଅନ୍ଧ ଗଳିରେ ମଣିଷ କେତେ ବଡ ଭୁଲ ନିଷ୍ପତ୍ତି ନିଏ ତାହା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ରାଜନଗରରେ । ଯେଉଁ ମୁରବୀ ଗାଁ ସଜାଡିବାର କଥା ସେହି ମୁରବୀ ଆଜି ଗାଁକୁ ଦୁଇ ଫାଳ କରିଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି । ରାଜନଗର ଚାନ୍ଦିବାଉଁଶମୂଳ ପଞ୍ଚାୟତର  ହେଉଛି ଢୋଲମରା ଗାଁ । ଆଉ ଏଇ ଗାଁରେ ରହୁଥିବା ଦଳିତ ପରିବାରରୁ ନିଆଁ, ପାଣି, ଭୋଜି ଭାତ, ଗ୍ରାମଦେବତୀ ସହ ମନ୍ଦିର ପ୍ରବେଶ ଉପରେ ଲଗାଯାଇଛି କଟକଣା । ଆଉ ପୂରା ଘଟଣାକୁ ନେଇ ଥାନାରେ ବି ମାମଲା ରୁଜୁ ହୋଇଛି । 

 

ଗାଁର ସନାତନ ସେହି ଗାଁର ଜଣେ ଯୁବତୀଙ୍କୁ ବିବାହ ପ୍ରେମ କରୁଥିଲେ । ଆଉ ସାତଜନ୍ମର ସାଥୀ ହେବାକୁ ଶପଥ କରିଥିଲେ । କେବଳ ଶପଥ କରିଥିଲେ ତାହା ନୁହେଁ ବରଂ ବିବାହ ବି କରିଥିଲେ । ହେଲେ ବାହାଘର ପରେ ପରିସ୍ଥିତି ଭିନ୍ନ ରୂପ ନେଇଥିଲା ।  ଅନ୍ୟ ଜାତିରେ ବିବାହ କରିଥିବାରୁ ଗାଁ ମୁରବୀମାନେ ସନାତନଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିବା ସହିତ ଗାଁ ମନ୍ଦିରକୁ ପ୍ରବେଶ ଉପରେ କଟକଣା ଲଗାଇଥିଲେ । ଯେଉଁଥି ଲାଗି ଗାଁର ଦଳିତ ପରିବାର ମାନେ ନାହିଁନଥିବା ଅସୁବିଧାର ସାମ୍ନା କରିବା ସହିତ ଥାନାରେ ଲିଖିତ ମାମଲା ବି ରୁଜୁ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବାସନ୍ଦ ଘଟଣାରେ ମୁହଁ ଖୋଲିଛନ୍ତି ଗାଁ ମୁରବୀ । କହିଛନ୍ତି, ଆମେ କାହାକୁ ଗାଁ ମନ୍ଦିର ଯିବାକୁ ବାସନ୍ଦ କରିନାହୁଁ । ବରଂ ଗାଁ ମନ୍ଦିରର ନିର୍ମାଣ ପାଇଁ ଆସିଥିବା ଟଙ୍କାକୁ ହରିଲୁଟ୍‌ କରାଯାଇଛି । ଯାହାକୁ ନେଇ ଏମିତି ମିଛ କାହାଣୀ ସୃଷ୍ଟି କରାଯାଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଆଜି ବି ଅନ୍ଧଗଳିର ଅନ୍ଧବିଶ୍ଵାସରେ ମଣିଷ ପେଶି ହୋଇ ରହୁଛି । ବାରମ୍ବାର ସଚେତନତା ପରେ ବି ଚିନ୍ତାଧାରା ପରିବର୍ତ୍ତନ ହେଉନାହିଁ । ତେବେ ସମୟ କହିବ କେବେ ଏହି ଗାଁର ବିବାଦ ସମାଧାନ ହେଉଛି ।

Sponsored
Time has changed...the age has changed but the prejudices of people have not changed | Argus News