Videos
|
Odisha

ଟିଟିଲାଗଡ଼ ଆମିଷ ବଜାର ଉଚ୍ଛେଦ କଲା ପ୍ରଶାସନ

Ritu Das
Browse all articles by Ritu Das
·1 year ago·1 min read
ଟିଟିଲାଗଡ଼ ଆମିଷ ବଜାର ଉଚ୍ଛେଦ କଲା ପ୍ରଶାସନ

ଅର୍ଗସ ବ୍ୟୁରୋ: ଟିଟିଲାଗଡ଼ ପୌର ପ୍ରଶାସନ ପକ୍ଷରୁ  ସହରର ହାଟପଦା ସ୍ଥିତ ଆମିଷ ବଜାର ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରପ୍ରାପ୍ତ ମାଜିଷ୍ଟ୍ରେଟ ସନ୍ଦୀପ ଚନ୍ଦ୍ରକାର, ପୌର ନିର୍ବାହୀ ଅଧିକାରୀ ଜୟସେନ ଧରୁଆ ତଥା ବ୍ୟାପକ ପୋଲିସ ବଳ ଜେସିବି ମେସିନ ସହାୟତାରେ ଉଛେଦ ଜାରି ରଖିଛନ୍ତି। ସହରବାସୀ ଏଠାରେ ଥିବା ବଡ଼ ଆମିଷ ବଜାର ଉପରେ ନିର୍ଭର କରୁଥିଲେ। ହେଲେ ଦୋକାନୀଙ୍କୁ କେବେ ସ୍ଥାୟୀ କରାଯାଇ ନଥିବା ଅଭିଯୋଗ ହୋଇଛି l ପ୍ରାୟ 3 ବର୍ଷ ତଳେ ଏଭଳି ଭଙ୍ଗାଭାଙ୍ଗି ହୋଇଥିଲା।

ଶ୍ମଶାନ ନିକଟରେ କିଛି ଷ୍ଟଲ ତିଆରି କରି ପୌର ପ୍ରଶାସନ ଆମିଷ ଦୋକାନୀଙ୍କୁ ସେଠାକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରିଥିଲା। ତେବେ ଶ୍ମଶାନ ନିକଟରେ ଆମିଷ ବିକ୍ରୟ କଲେ ଲୋକଙ୍କ ମଧ୍ୟରେ ଘୃଣାଭାବ ହୋଇ ବିକ୍ରୀ ବଟା ବାଧାପ୍ରାପ୍ତ ହେବା ଆଶଙ୍କାରେ ଦୋକାନୀ ସେଠାକୁ ଗଲେ ନାହିଁ। ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ଆମିଷ ଦୋକାନ ରହିଥିବା ବେଳେ ହାଟପଦାରେ ଥିବା ବଡ଼ ଆମିଷ ବଜାର ପ୍ରତି ପ୍ରଶାସନ ରୁକ୍ଷ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Titilagarh | Argus News