|
logo
Live
Argus News App
GET APP

Argus News - ସରକାରୀ ଅଫିସ୍‌ରେ ପାନ-ଗୁଟଖା ମନା, ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Odisha

Tobacco Ban in Govt Offices / ସରକାରୀ ଅଫିସ୍‌ରେ ପାନ-ଗୁଟଖା ମନା, ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ସରକାରୀ ଅଫିସ୍‌ରେ ପାନ-ଗୁଟଖା ମନା, ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
Suresh Pujari

Key Points

ଅଫିସ୍ ଭିତରେ ଖାଉଛନ୍ତି କି ପାନ
ହୋଇ ଯାଆନ୍ତୁ ସାବଧାନ
ସରକାର ନେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ସରକାରୀ ଅଫିସ୍ ଭିତରେ ଯଦି କୌଣସି ଅଫିସର ବା କର୍ମଚାରୀ ପାନ, ଗୁଟଖା ବା କୌଣସି ମାଦକ ଦ୍ରବ୍ୟ ସେବନ କରୁଥାଆନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜସ୍ବ ବିଭାଗ ପକ୍ଷରୁ ଆଜି ଏ ନେଇ କଡ଼ା ଚେତାବନୀ ଦିଆଯାଇଛି । ଏଥିସହ ନାଗରିକଙ୍କ ଅଭିଯୋଗର ତ୍ବରିତ ସମଧାନ କରିବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରୁ କରୁ ସୋମବାର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ଅରବିନ୍ଦ ପାଢ଼ୀ । ରାଜ୍ୟ ମୁଖ୍ୟାଳୟ, ଜିଲ୍ଲା ଓ ତହସିଲ୍ ଅଫିସରେ କାମ କରୁଥିବା ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ରାଜସ୍ବ ପ୍ରଶାସନକୁ ସୁଦୃଢ଼ କରିବାକୁ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ସଚ୍ଚୋଟତା, ବୃତ୍ତିଗତ ନିଷ୍ଠା ତଥା ସମ୍ବେଦନଶୀଳତାକୁ ପ୍ରାଥମିକତା ଦେବା ସହ ତ୍ବରିତ ପ୍ରୟାସ ମାଧ୍ୟମରେ ବ୍ୟବସ୍ଥା ପ୍ରତି ରାଜ୍ୟବାସୀଙ୍କ ବିଶ୍ଵାସ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅରବିନ୍ଦ ପାଢ଼ୀ ।


ଅଧିକ ପଢ଼ନ୍ତୁ: ଆସନ୍ତାକାଲି ବନକ ଲାଗି ନୀତି; ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ



ପୁଣି ସରକାରୀ ଅଧିକାରୀ ଓ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ପାନ, ତମାଖୁ ଜାତୀୟ ଦ୍ରବ୍ୟ ସେବନ କିମ୍ବା ଧୁମ୍ରପାନ କି ମଦ୍ୟପାନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସେହିପରି ନାଗରିକଙ୍କ ଅଭିଯୋଗର ତ୍ବରିତ ସମଧାନ, ଉତ୍ତମ ଶାସନ ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଲୋକସେବାରେ ଶିଷ୍ଟାଚାର ଓ ଶୃଙ୍ଖଳା ପାଳନ, ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା, ଜଗନ୍ନାଥଙ୍କ ଜମି ସମେତ ସବୁ ସରକାରୀ ଜମିର ସୁରକ୍ଷା, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ କୁହାଯାଇଛି । ସେହିପରି ଶୁକ୍ରବାର ହସ୍ତତନ୍ତ ପୋଷାକ ପିନ୍ଧିବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି ।

ସେପଟେ ଦୁର୍ନୀତି ଗ୍ରସ୍ତ ଅଫିସରଙ୍କୁ ରାଜସ୍ବ ମନ୍ତ୍ରୀ ଦେଇଛନ୍ତି କଡ଼ା ଚେତାବନୀ । ଲାଞ୍ଚ ମାଗୁଥିଲେ ନାଲି କୋଠା ଦେଖିବେ ବାବୁ । ରାଜସ୍ୱ ଅଧିକାରୀ ଲାଞ୍ଚ ମାଗିଲେ ତାଙ୍କୁ ଜଣାଇବାକୁ କହିଛନ୍ତି ସୁରେଶ ପୂଜାରୀ । ସାଧାରଣ ନାଗରିକଙ୍କୁ VIP ଟ୍ରିଟମେଣ୍ଟ ଯୋଗାଇ ଦେବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସଂସ୍କାରମୂଳକ ଗାଇଡ୍‌ ଲାଇନ ଜାରି ହୋଇଛି । ଦୁର୍ନୀତି ଓ ଏହାର ପୃଷ୍ଠପୋଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଦିଆଯାଇଛି ଚେତାବନୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Tobacco Ban in Govt Offices: ସରକାରୀ ଅଫିସ୍‌ରେ ପାନ-ଗୁଟଖା ମନା, ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ | Argus News