Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jagannath Temple / ଆଜି ହେବ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି

Rashmita Mishra
Browse all articles by Rashmita Mishra
·9 months ago·2 min read
ଆଜି ହେବ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି

Key Points

ଆଜି ହେବ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି
ବନକଲାଗି ନୀତି ପାଇଁ ଚାରିଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ
ରତ୍ନବେଦୀରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ସମ୍ପର୍ଣ୍ନ ହେବ

ଆଜି କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ଚାରିଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ସମ୍ପର୍ଣ୍ନ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।

ଏହା ଏକ ଗୁପ୍ତସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆଜି ସଂଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ଚାରିଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ।

ପ୍ରଥା ଓ ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସମ୍ପନ୍ନ କରିବେ। ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ।


ଏଥିସହ ପଢ଼ନ୍ତୁ: ଚିର ନିଦ୍ରାରେ ମହାଭାରତର ’କର୍ଣ୍ଣ’ ପଙ୍କଜ ଧୀର


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପୁଣି ଇସ୍କନର ଅଦିନିଆ ରଥଯାତ୍ରା । ଏଥର ଅଦିନିଆ ରଥଯାତ୍ରା କରିବାକୁ ଇସ୍କନ ପ୍ରସ୍ତୁତ ହେଉନାହିଁ ବରଂ ରଥଯାତ୍ରା ଶେଷ କରିଛି । ମଧୁବନ ଆଶ୍ରମ ଋଷିକେଷ ଦ୍ୱାରା ଆୟୋଜିତ ୨୮ ତମ ଶ୍ରୀଜଗନ୍ନାଥ ରଥଯାତ୍ରା ସମ୍ପର୍ଣ୍ଣ କରିଛି ଇସ୍କନ । ଚଳିତ ମାସ ଅକ୍ଟୋବର ୭ ତାରିଖ ମଙ୍ଗଳବାର ଦିନ ଏଭଳି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଗତ ୭ ତାରିଖ ମଙ୍ଗଳବାର ଦିନ ସକାଳ ୯ଟା ୩୦ରେ ମଧୁବନ ଆଶ୍ରମଠାରୁ ବାହାରି ତ୍ରୀବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱରା ଶ୍ରୀ ଗୁରୁ ସିଂ ସଭା ରେଳୱ ରୋଡରେ ଏହି ଅଦିନିଆ ରଥଯାତ୍ରା ଶେଷ ହୋଇଛି ।


ବିଧି ପରମ୍ପରା ଭାଙ୍ଗି ଇସ୍କନ ବାରମ୍ବାର ଅଦିନିଆ ରଥଯାତ୍ରା କରୁଥିବା ବେଳେ ଚଳିତ ମାସରେ ମଧୁବନ ଆଶ୍ରମ ଋଷିକେଷ ଦ୍ବାରା ୨୮ ତମ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏକ ଚାରିଚକିଆ ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି ।


Sponsored
Jagannath Temple | Today Banakalagi Ritual of Chaturdha Murti at Shree Jagannath Temple, Puri | Argus News | Argus News