Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶରଧା ବାଲିରେ ତିନି ରଥ, ଆଜି ଦିନ ସାରା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଭକ୍ତ

Banajyotshna Ray
Browse all articles by Banajyotshna Ray
·2 years ago
ଶରଧା ବାଲିରେ ତିନି ରଥ, ଆଜି ଦିନ ସାରା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଭକ୍ତ

ଅର୍ଗସ ବ୍ୟୁରୋ: ଶରଧା ବାଲିରେ ତିନି ରଥ । ଆଜି ଦିନ ସାରା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଜି ସଂଧ୍ୟାରେ ହେବ ପହଣ୍ଡି । ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ । ପ୍ରାୟ ପାଞ୍ଚ ଦଶନ୍ଧି ପରେ ଏଥର ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଅନନ୍ୟ ପରମ୍ପରା। ଦୁଇ ଦିନିଆ ରଥଯାତ୍ରାକୁ ନେଇ ପ୍ରଫୁଲ୍ଲିତ ଭକ୍ତ । ଲାଗିଛି ଅଗଣିତ ଭକ୍ତଙ୍କ ଗହଳି। ପ୍ରଥମ ଦିନରେ ପହଣ୍ଡି ବିଜେ ସହ ବଡ଼ଦାଣ୍ଡରେ ମାତ୍ର କିଛି ବାଟ ହିଁ ଟଣା ହୋଇଥିଲେ ତିନି ରଥ। ଦ୍ବିତୀୟ ଦିନରେ ଭକ୍ତଙ୍କ ଗହଣରେ ବଡ଼ ଭାଇ ଓ ଭଉଣୀଙ୍କ ପଛେ ପଛେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି ଜଗତ ଠାକୁର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today, devotees can see the lord jagannath on the entire chariot | Argus News