Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

Smruti Parija
Browse all articles by Smruti Parija
·2 years ago·1 min read
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ:  ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆସନ୍ତା ସ୍ନାନଯାତ୍ରାର ଚୂଡାନ୍ତ ନୀତି ନିର୍ଘଣ୍ଟକୁ ମୋହର ମାରିବ ପରିଚାଳନା କମିଟି । ଦିନ 11ଟାରେ ନୀଳାଦ୍ରି ଭକ୍ତ ନିବାସରେ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେବ । ଜୁନ୍ 22 ରେ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ କିଭଳି ଶୃଙ୍ଖଳିତ କରାଯିବ,  ଭକ୍ତମାନେ କିଭଳି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଜଳଲାଗି ଓ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ସ୍ପଷ୍ଟ ଦର୍ଶନ କରିପାରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ । 

ପୂର୍ବରୁ ସ୍ନାନଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଦଇତାପତି ନିଯୋଗ ଭେଟି ଆଲୋଚନା କରିଥିବାବେଳେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ମଧ୍ୟ ସ୍ନାନଯାତ୍ରାରେ ସମ୍ପୃକ୍ତ ସେବାୟତଙ୍କ ଆଲୋଚନା ଶେଷ ହୋଇଛି ଓ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ନାନଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ମଧ୍ୟ ଆଲୋଚନା ଶେଷ ହୋଇଛି ।  

ଶ୍ରୀଜୀଉଙ୍କ ପହଣ୍ଡି ସମୟରେ କିଭଳି ଟାହିଆକୁ ସୁରକ୍ଷିତ ରଖାଯିବ, ହାତୀବେଶ ଓଲାଗିବେଳେ କିଭଳି ବିଶୃଙ୍ଖଳା ନହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ । ଅନ୍ୟପଟେ ପରିଚାଳନା କମିଟିର ଏଜେଣ୍ଡାରେ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପରେ ଭକ୍ତଙ୍କ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଉପରେ କୌଣସି ପ୍ରସଙ୍ଗ ସ୍ଥାନ ପାଇନଥିବା ବେଳେ ଶ୍ରୀମନ୍ଦିର ବାହାରେ ଓ ଭିତରେ ଦର୍ଶନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ଓ ସୁବ୍ଯବସ୍ଥିତ ହୋଇପାରିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Painting
Sponsored
Today is an important meeting of the management committee of Shree Mandir | Argus News