Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦିନ 11ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ବୈଠକ। ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ। ବିଶେଷକରି ରତ୍ନଭଣ୍ଡାର ମରାମତି ପାଇଁ ପରିଚାଳନା କମିଟି ବୈଠକରେ ଏସଓପି ପ୍ରସ୍ତୁତ କରାଯିବା ସହ ଚୂଡାନ୍ତ ଏସଓପି ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ।  ଭିତର ରତ୍ନଭଣ୍ଡାର ମରାମତି ପୂର୍ବରୁ ଏଏସଆଇ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କିଭଳି ଯାଞ୍ଚ କରାଯିବ ସେନେଇ ବୈଠକରେ ଏଏସଆଇ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା ହେବ। ଭିତର ରତ୍ନଭଣ୍ଡାର ଯାଞ୍ଚ ପରେ କେବେ ଓ କେଉଁ ସମୟରେ ମରାମତି କରାଯିବ ସେନେଇ ନିଷ୍ପତ୍ତି ନିଆଯାଇପାରେ।

ଅଧିକ ପଢନ୍ତୁ : କୋଇଲି ବୈକୁଣ୍ଠରେ ବୁଲିଲା ବେଳେ ନଡିଆ ପଡି ଭକ୍ତ ଆହତ

ସେପଟେ ଅର୍ପଣରଥରେ ଚାଉଳ ସଂଗ୍ରହ ପ୍ରସଙ୍ଗ ପରିଚାଳନା କମିଟିରେ ଆଲୋଚନା କରାଯିବ ବୋଲି ଆଇନମନ୍ତ୍ରୀ କହିଥିବା ବେଳେ ଏ ପ୍ରସଙ୍ଗରେ ମଧ୍ୟ ସରଗରମ ଆଲୋଚନା ହୋଇପାରେ। ଅନ୍ୟପଟେ ମହାଲକ୍ଷ୍ମୀଙ୍କ ସ୍ୱରୂପ ଶ୍ରୀଦେବୀଙ୍କ ମୂର୍ତ୍ତି ବିଘ୍ନ ଅବସ୍ଥାରେ ପୂଜା ପାଉଥିବାରୁ ପରିଚାଳନା କମିଟି ବୈଠକରେ ନୂତନ ସୁବର୍ଣ୍ଣ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ଓ ପୂଜା କରାଯିବା ପ୍ରସଙ୍ଗ ମଧ୍ୟ ବୈଠକରେ ଉଠାଯିବ ବୋଲି କହିଥିଲେ କମିଟି ସଦସ୍ୟ ମାଧବ ମହାପାତ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is an important meeting of the management committee of Shree Mandir | Argus News