Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ବିଶ୍ବନିୟନ୍ତାଙ୍କ ବାହୁଡା ଯାତ୍ରା

Odisha

ଆଜି ବିଶ୍ବନିୟନ୍ତାଙ୍କ ବାହୁଡା ଯାତ୍ରା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ବିଶ୍ବନିୟନ୍ତାଙ୍କ ବାହୁଡା ଯାତ୍ରା

ଅର୍ଗସ ବ୍ୟୁରୋ : ଆଜି ବିଶ୍ବନିୟନ୍ତାଙ୍କ ବାହୁଡା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ବଡ ସାଆନ୍ତେ । ଜନ୍ମବେଦୀରେ ଲୀଳାଖେଳା କରିବା ପରେ ଆଜି ବାହୁଡିବେ ଚତୁର୍ଦ୍ଧାମୂରତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ବାହୁଡ଼ା ଯାତ୍ରା ପାଇଁ ଜନ ସମୁଦ୍ର ବଡ଼ଦାଣ୍ଡ । 

ଅଧିକ ପଢନ୍ତୁ : କିଏ ଆରମ୍ଭ କରିଛି ମହାପ୍ରଭୁଙ୍କ ରଥଯାତ୍ରା?

ସମସ୍ତ ନୀତିକାନ୍ତି ପାଇଁ ସମୟ ଧାର୍ଯ୍ୟ ହୋଇସାରିଛି । ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହେବ । ବାହୁଡ଼ା ପହଣ୍ଡି ଶେଷ ହେବା ପରେ ସାଢ଼େ ୨ଟାରୁ ସାଢ଼େ ୩ ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ ।  ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି । ସେପଟେ ପୁରୀରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is bahuda yatra of lord jagannath in puri | Argus News