ସରିଲା ଦଶହରା, ଆଜି ମା'ଙ୍କ ଭସାଣୀ
·1 year ago

ଅର୍ଗସ ବ୍ୟୁରୋ: ସରିଲା ଦଶହରା, ଆଜି ମା'ଙ୍କ ଭସାଣି। ମେଲାଣି ନେବେ ମା ଦୁର୍ଗା। ଏଥିପାଇଁ ଆଜି ହେବ ଭସାଣି । ଭଷାଣୀ ପାଇଁ ଗାଇଡଲାଇନ୍ ଜାରି କରିଛି କମିଶନରେଟ ପୋଲିସ । ସେପଟେ ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । ଭସାଣୀ ଶେଷ ହେବା ପର୍ଯ୍ୟନ୍ତ ଗାଡି ମଟର ଚଳାଚଳ ଉପରେ କଟକଣା ଜାରି ରହିବ। ନିୟମ ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପଡ଼ିବ । ସରିଛି ପାର୍ବଣର ମହାପର୍ବ । ଅନ୍ତିମ ଦିନରେ ସମୟ ଆସିଛି ଦେବୀଙ୍କୁ ବିଦାୟ ଦେବାର । ସରିଲା ଦଶହରା । ମେଲାଣି ନେଲେ ମା’ । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଦୁର୍ଗତିନାଶିନୀ । ଅପେକ୍ଷା ଆରବର୍ଷକୁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
