Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମା' ତାରାତାରିଣୀ ଶ୍ରୀ ଧାତ୍ରୀ ବେଶରେ ଦେଉଛନ୍ତି ଦୁର୍ଲଭ ଦର୍ଶନ

Odisha

ମା' ତାରାତାରିଣୀ ଶ୍ରୀ ଧାତ୍ରୀ ବେଶରେ ଦେଉଛନ୍ତି ଦୁର୍ଲଭ ଦର୍ଶନ

Ritu Das
Browse all articles by Ritu Das
·1 year ago
ମା' ତାରାତାରିଣୀ  ଶ୍ରୀ ଧାତ୍ରୀ ବେଶରେ ଦେଉଛନ୍ତି ଦୁର୍ଲଭ ଦର୍ଶନ

ଅର୍ଗସ ବ୍ୟୁରୋ: ପାର୍ବଣ ଋତୁରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ମା' ଦୁର୍ଗା। ସବୁଠି ମା'ଙ୍କ ଶକ୍ତି ପୀଠ ଓ ପୂଜା ମଣ୍ଡପରେ ଚାଲିଛି ପୂଜା ଅର୍ଚ୍ଚନା। ସେହିପରି ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ଶକ୍ତି ପୀଠ ରେ ନବରାତ୍ର ପୂଜାର ଆଜି ନବମୀ ଦିନରେ ମା ତାରାତାରିଣୀ ଶକ୍ତି ପୀଠ ମଧ୍ୟ ବେଶ ଚଳଚଞ୍ଚଳ।

ଆଜି ସକାଳ ସମୟରେ ମା ଙ୍କ ପହଡ଼ ଖୋଲିବା ପରେ ଅବକାଶ ନୀତି ସହ ସମସ୍ତ ନୀତି କାନ୍ତି ଶେଷ ହେବାପରେ ଭକ୍ତ ଙ୍କୁ ଶ୍ରୀ ଧାତ୍ରୀ ରୂପରେ ଦୁର୍ଲଭ ଦର୍ଶନ ଦେଇଛନ୍ତି ମା'। ମା' ତାରାତାରିଣୀଙ୍କ ଦର୍ଶନ ଲାଗି ସକାଳୁ ସକାଳୁ ମା ପୀଠ ରେ ଲାଗିଛି ଭିଡ଼। ଆସନ୍ତା କାଲି ଦଶଭୁଜା ଦୁର୍ଗା ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ମା'। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is Maa | Argus News