ଆଜି ମାତୃ ଦିବସ: ନିଃସର୍ତ୍ତ ମମତା ଓ ତ୍ୟାଗର ପ୍ରତୀକ ମା’ଙ୍କୁ ମାତୃଦିବସର ଶୁଭେଚ୍ଛା

ଅର୍ଗସ ବ୍ୟୁରୋ: ଆଜି ମାତୃ ଦିବସ, ମା’ଙ୍କ ପାଇଁ ଦିନଟିଏ । ବିଶ୍ୱବ୍ୟାପୀ ପ୍ରତ୍ୟେକଟି ମଣିଷ ଏହି ଦିବସକୁ ବେଶ ସହକାର ସହ ପାଳନ କରୁଛନ୍ତି । ଦୁନିଆରେ ଚଳନ୍ତି ପ୍ରତିମା ହେଉଛନ୍ତି ମା'। ଆଜି ମା'ଙ୍କର ସବୁ ସେହି ଯୋଗଦାନକୁ ଧନ୍ୟବାଦ ଜଣାଇବାକୁ ପ୍ରତିବର୍ଷ ମେ' ମାସର ଦ୍ବିତୀୟ ରବିବାରକୁ ମାତୃଦିବସ ଭାବେ ପାଳନ କରାଯାଏ। ମେ' ୧୨ ତାରିଖକୁ ମାତୃ ଦିବସ ଭାବେ ପରିଚିତ।
କିଏ କେକ୍ କାଟି ମାତୃ ଦିବସ ପାଳୁଛନ୍ତି ତ ଆଉ କିଏ ସୋସିଆଲ ମିଡିଆରେ ନିଜ ମାଙ୍କ ଫଟୋକୁ ସ୍ଥାନ ଦେଇ ମାତୃ ଦିବସ ପାଳନ କରୁଛନ୍ତି । ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମା, ଏହାର ସଜ୍ଞାକୁ ଶବ୍ଦରେ ବଖାଣିବା ମଧ୍ୟ କଷ୍ଟକର । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା ନିଜ ପିଲାର ଜନ୍ମଠୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ ଅଳିଅଝଟ ଶୁଣିବା ସହ ଦାୟିତ୍ୱ ମଧ୍ୟ ତୁଲାଇଥାନ୍ତି ।
ମା' ଶବ୍ଦ ସ୍ୱର୍ଗଠାରୁ ବଡ଼ ହୋଇଥିବା ବେଳେ ଇଶ୍ୱରଙ୍କ ଠାରୁ ମଧ୍ୟ ମହାନ ହୋଇଥାଏ । ସେହି ପ୍ରେରଣାଦାୟୀ ମମତାମୟୀ ମଣିଷଟି ପାଇଁ ଆଜି ଦିନଟି ଉତ୍ସର୍ଗ ହୋଇଥିବା ବେଳେ ସମସ୍ତେ ମାତୃ ଦିବସ ପାଳନ କରୁଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର