ଆଜି ବି ସରଗରମ ରହିପାରେ ଗୃହ
·1 year ago

ଅର୍ଗସ ବ୍ୟୁରୋ: ଆଜି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଦ୍ୱାଦଶ ଦିନ । ଆଜି ବି ବେଶ ସରଗରମ ରହିପାରେ ଗୃହ। ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟ କାଳରେ ସୁଭଦ୍ରା, ମଦ ମୃତ୍ୟୁ ଆଦି ପ୍ରସଙ୍ଗ ବିରୋଧୀ ଗୃହରେ ଉଠାଇବେ । ସେହିପରି ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ ହେବ । ଅପରାହ୍ନରେ ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଗତକାଲି ସୁଭଦ୍ରା ଯୋଜନାକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା । ତେଣୁ ଆଜିର ପ୍ରଶ୍ନକାଳ ଚାଲିବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: