ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ
·1 year ago

ଅର୍ଗସ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ । ଆଜି ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଆଲୋଚନା ହେବ। ଶକ୍ତି, ସମବାୟ, ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, କ୍ଷୁଦ୍ର ଓ ମଧ୍ଯମ ଉଦ୍ଯୋଗ, ବିଜ୍ଞାନ ଓ କାରିଗରୀ ବିଭାଗ ଉପରେ ମଧ୍ୟ ରହିଛି ଆଲୋଚନା।
ଶୂନ୍ୟକାଳରେ ମାଗଣା ବିଜୁଳି, ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ପ୍ରସଙ୍ଗକୁ ବିରୋଧୀ ଗୃହରେ ଉଠାଇ ପାରନ୍ତି। ସେପଟେ ଆଜି ଜଳ ସଂପଦ ବିଭାଗର ଖର୍ଚ୍ଚ ଦାବିର ମଧ୍ୟ ରହିଛି ଆଲୋଚନା। ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବା ନେଇ ସୂଚନା ରହିଛି । ତେବେ ପ୍ରଶ୍ନକାଳ ସ୍ବାଭାବିକ ଭାବେ ଚାଲିବ କି ନାହିଁ ତାକୁ ନେଇ ଏବେ ଦ୍ବନ୍ଦ୍ବ ଦେଖାଦେଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: