Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ

Banajyotshna Ray
Browse all articles by Banajyotshna Ray
·1 year ago
ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ

ଅର୍ଗସ ବ୍ୟୁରୋ:  ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ ଶେଷ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହେବ । ଲୋକଙ୍କୁ ସରକାରୀ ଯୋଜନାର ସୁଫଳ କେମିତି ସହଜରେ ପହଞ୍ଚିବ ସେ ନେଇ ହେବ ଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଅପରାଧ କମାଇବା ଉପରେ ଏସପି ମାନଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ । ଏହାସହ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଦେବା ନେଇ ଗୁରୁତ୍ଵ ଦେବାକୁ ଦେବେ ପରାମର୍ଶ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବସିଛି ବୈଠକ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the conference of the state government regarding all the district heads and SPs | Argus News