Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ନୀଳାଦ୍ରିବିଜେ, ରସଗୋଲା ଦେଇ ମାନଭଞ୍ଜନ କରିବେ ମହାଲକ୍ଷ୍ମୀ

Banajyotshna Ray
Browse all articles by Banajyotshna Ray
·1 year ago
ଆଜି ନୀଳାଦ୍ରିବିଜେ, ରସଗୋଲା ଦେଇ ମାନଭଞ୍ଜନ କରିବେ ମହାଲକ୍ଷ୍ମୀ

ଅର୍ଗସ ବ୍ୟୁରୋ:  ଆଜି ରସଗୋଲା ଦିବସ । ମିଠା ଭିତରେ ରସଗୁଲା ସମସ୍ତଙ୍କର ପ୍ରିୟ । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ବ ରହିଛି । ପ୍ରତିବର୍ଷ ନୀଳାଦ୍ରିବିଜେ ଦିନ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ନୀଳାଦ୍ରିବିଜେ ଦିନ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଆସିଛି ।

ଏହାସହ ପ୍ରତିବର୍ଷ ଚତୁର୍ଦ୍ଧାମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ରସଗୋଲାର ଉତ୍ପତିକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଭିତରେ ବିବାଦ ଲାଗି ରହିଛି। ତେବେ ଐତିହାସିକ ଓ ଗବେଷକଙ୍କ ମତରେ ଦ୍ବାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗି ହେଉଥିବାର ପରମ୍ପରା ରହି ଆସିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today is the day of Niladri Bije | Argus News