Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ବିଧାନସଭା ଅଧିବେଶନର ପଞ୍ଚମ ଦିନ , ଚାଲିଛି ପ୍ରଶ୍ନକାଳ କାର୍ଯ୍ୟକ୍ରମ

Odisha

ଆଜି ବିଧାନସଭା ଅଧିବେଶନର ପଞ୍ଚମ ଦିନ , ଚାଲିଛି ପ୍ରଶ୍ନକାଳ କାର୍ଯ୍ୟକ୍ରମ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ବିଧାନସଭା ଅଧିବେଶନର ପଞ୍ଚମ ଦିନ , ଚାଲିଛି ପ୍ରଶ୍ନକାଳ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ : ଆଜି ବିଧାନସଭା ଅଧିବେଶନର ପଞ୍ଚମ ଦିନ । ସୁରୁଖୁରୁରେ ଚାଲିଛି ଗୃହକାର୍ଯ୍ୟ । ଆରମ୍ଭ ହୋଇଛି ପ୍ରଶ୍ନକାଳ । ଚାଲିଛି ବିଭିନ୍ନ ବିଷୟ ଉପରେ ଆଲୋଚନା ।  ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଦକ୍ଷତା ବିକାଶ ଓ ବୈଷୟିକ, କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ଉପରେ ଆଲୋଚନା ହେବ ।

ଅଧିକ ପଢନ୍ତୁ : 'ନୁଆ ସରକାରଙ୍କ ପ୍ରଥମ ଅଧିବେଶନ ଭଣ୍ଡୁର କରିବା ପାଇଁ ଯୋଜନା'

ନବୀନଙ୍କ ଗିରଫ କଥାକୁ ବିବରଣୀରୁ ବାଦ ଦେବାକୁ ଅଡି ବସିଛି ବିଜେଡି । କଂଗ୍ରେସ ପୋଲାଭରମ ପ୍ରକଳ୍ପକୁ ନେଇ ଗୃହ କମିଟି ଦାବି କରି ନିଜ ଜିଦ ଅଟଳ ରହିଛି ।ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଠିକ୍ ଭାବେ ଚାଲିପାରୁନି ଗୃହ । ସେପଟେ ଗୃହର ସମ୍ମତି ଲାଭ ନିମନ୍ତେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the fifth day of the assembly session, the question period program is going on | Argus News