Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଚତୁର୍ଥ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି

Smruti Parija
Browse all articles by Smruti Parija
·2 years ago·1 min read
ଆଜି ଚତୁର୍ଥ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି

 ପୁରୀ:  ସ୍ନାନପୂର୍ଣ୍ନିମାରେ 108 ଗରା ସୁବାସିତ ଜଳରେ ସ୍ନାନପରେ ଜ୍ୱରରେ ପୀଡିତ ମହାପ୍ରଭୁ । ଘନ ଅନ୍ଧକାରରେ ଚାଲୁଛି ଗୁପ୍ତ ଚିକିତ୍ସା । ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଏହି ଗୁପ୍ତନୀତିକୁ ନିଷ୍ଠାର ସହ ସମ୍ପାଦିତ କରୁଛନ୍ତି । ଗତକାଲି ଅଣସରର ତୃତୀୟ ଦିନରେ ମହାପ୍ରଭୁଙ୍କ ଓଦାବସ୍ତ୍ର ଓଲାଗି ହୋଇଥିବାବେଳେ ଆଜି ଚତୁର୍ଥ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ଦଇତାପତି ସେବକ ମାନେ ସମ୍ପାଦିତ କରିବେ । 

ରାଜବୈଦଙ୍କ ପରାମର୍ଶ କ୍ରମେ ଶ୍ରୀବିଗ୍ରହମାନଙ୍କୁ ସୁସ୍ଥ କରିବା ପାଇଁ ପଥି ଦିଆଯାଉଛି ।  ସେପଟେ ପଞ୍ଚମୀରେ ଫୁଲୁରି ତେଲ ଲାଗି ପରେ ଧୀରେ ଧୀରେ ଜ୍ୱରରୁ ଉପଶମ ହେବେ ମହାପ୍ରଭୁ । ଅନ୍ୟପଟେ ଜ୍ୱର ହେଲେ ଜଣେ ମାନବ ଯେପରି ଫଳମୂଳ, କ୍ଷୀର,ସର ସେବନ କରିଥାଏ ଠିକ୍ ସେହିଭଳି ମହାପ୍ରଭୁଙ୍କୁ ଚକଟା ଓ ପଣା ଭୋଗ ଲାଗି କରାଯାଏ । 

ଏହି ସମୟରେ ଚତୁର୍ଦ୍ଧାଵିଗ୍ରହ ଶ୍ୱେତ ବସ୍ତ୍ର ପରିଧାନ କରିବା ସହ କେବଳ ଧଳା ଫୁଲ ମହାପ୍ରଭୁଙ୍କ ଠାରେ ଲାଗି କରାଯିବ। ମହାପ୍ରଭୁଙ୍କ ନିକଟରେ ଲାଗି ହେଉଛି ସ୍ୱତନ୍ତ୍ର ଅଣସର ପଣା । ଅନ୍ୟପଟେ ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଉଛନ୍ତି ପଟିଦିଅଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Today is the fourth day of anabasara of Mahaprabhu | Argus News