Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ଚତୁର୍ଥ ଦିନରେ ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ    

Odisha

ଆଜି ଚତୁର୍ଥ ଦିନରେ ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ    

Manini Pattanayak
Browse all articles by Manini Pattanayak
·2 years ago
ଆଜି ଚତୁର୍ଥ ଦିନରେ ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ    

ଭୁବନେଶ୍ୱର:  ଆଜି ଚତୁର୍ଥ ଦିନରେ ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ । ଦୁର୍ନୀତି ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ଆଜିବି ଗର୍ଜିବ ବିଜେପି । ବ୍ଲକ୍ କାର୍ଯ୍ୟାଳୟ ଆଗରେ ଦଳୀୟ କର୍ମୀଙ୍କ ସହ ହଲ୍ଲାବୋଲ କରି ରାଜ୍ୟ ସରକାରଙ୍କ ଆପାରଗତାର ପୋଲ୍ ଖୋଲୁଛି ବିଜେପି। ରାଜ୍ୟରେ ବେକାରୀ, ଦୁର୍ନୀତି, ପିସି କାରବାର ଓ ଆଇନଶୃଙ୍ଖଳା ବିରୋଧରେ ସାରା ରାଜ୍ୟରେ ଗର୍ଜୁଛନ୍ତି ବିଜେପି ନେତା ଓ କର୍ମୀ ।

ଗତକାଲି ସୁନ୍ଦରଗଡ଼ରୁ ନାଉଗାଁ, କୋରାପୁଟ, କୁଚିଣ୍ଡା, ଦେବଗଡ଼, ଧାମନଗର, ଝାରସୁଗୁଡ଼ା , ଗଜପତି ସବୁଠି ବ୍ଲକ୍ କାର୍ଯ୍ୟାଳୟ ଆଗରେ  ଓ ପୌରପରିଷଦ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି ବିଜେପି ନେତା। ଆସନ୍ତାକାଲି ଯାଏ ରାଜ୍ୟର ସବୁ ବ୍ଲକ୍ ଓ ପୌର କାର୍ଯ୍ୟାଳୟ ଘେରିବା ସହ ଜନଆକ୍ରୋଶ ଆନ୍ଦୋଳନରେ ରାଜ୍ୟ ସରକାରଙ୍କ ପୋଲ୍ ଖୋଲିବ ବିଜେପି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the fourth day of BJP's mass agitation across the state | Argus News