Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ, ଗୃହ ସ୍ୱାଭାବିକ ହେବା ଆଶା କ୍ଷୀଣ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ, ଗୃହ ସ୍ୱାଭାବିକ ହେବା ଆଶା କ୍ଷୀଣ

ଅର୍ଗସ ବ୍ୟୁରୋ:  ଆଜି ହେଉଛି ବିଧାନସଭା ଅଧିବେଶନର ଚତୁର୍ଥ ଦିନ । ଆଜି ମଧ୍ୟ ଗୃହ ସ୍ୱାଭାବିକ ହେବା ଆଶା କ୍ଷୀଣ । ଚିକିଟି ମଦମୃତ୍ୟୁକୁ ନେଇ ଗୃହକୁ ଲଗାତାର ତିନି ଦିନ ହେବ ଅଚଳ କରି ରଖିଛନ୍ତି ବିରୋଧୀ । ଦୁଇଦିନ ଧରି ଗୃହରେ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରି ପ୍ରଶ୍ନ କରିଛି ବିଜେଡି ।  ତେବେ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏଭଂ ସଂଖ୍ଯାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ଯାଣ, କ୍ରୀଡ଼ା ଓ ଯୁବକଲ୍ଯାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି । ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ ଏବଂ ସମବାୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ରହିଛି । ବିରୋଧୀ ପକ୍ଷରୁ ମଧ୍ୟ ମୁଲତବି ପ୍ରସ୍ତାବ ଦିଆଯିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the fourth day of the assembly session | Argus News