|
logo
Live

Argus News - କାମଚଳା ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

Odisha

କାମଚଳା ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କାମଚଳା ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଅର୍ଗସ ବ୍ୟୁରୋ: ଆଜି ଷୋଡଶ ବିଧାନସଭା ପଞ୍ଚଦଶ ଅଧିବେଶନର ଚତୁର୍ଥ ଦିନ । କାମଚଳା ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।  ଅଳ୍ପ ଦିନ ପରେ ସାଧାରଣ ନିର୍ବାଚନ ଥିବାରୁ ବଜେଟରେ କିଛି ବଡ଼ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ନବୀନଙ୍କ ପଞ୍ଚମ ପାଳିର ଶେଷ ଅଧିବେଶନ ହୋଇଥିବାରୁ ଆଜି ବି ବେଶ ସରଗରମ ରହିପାରେ ଗୃହ ।

ଏହାସହ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ଯୋଜନା ଓ ସଂଯୋଜନା, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, କ୍ରୀଡା ଓ ଯୁବ କଲ୍ୟାଣ, ବାଣିଜ୍ୟ, ପରିବହନ, ଆଇନ, ଜଳ ସମ୍ପଦ ବିଭାଗର ପ୍ରଶ୍ନୋତ୍ତର ଉପରେ ହେବ ଆଲୋଚନା । ଅପରାହ୍ନ 4ଟା 20ରେ  ବିଧାନସଭା ପରିସରରେ ହେବ ସମସ୍ତ ବିଧାୟକଙ୍କ ଗ୍ରୁପ ଫଟୋ ସେଶନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କାମଚଳା ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ | Argus News