Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପୁରୀ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ପୁରୀ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ

ଅର୍ଗସ ବ୍ୟୁରୋ : ଆଜି ପୁରୀରେ ପରିକ୍ରମା ପ୍ରକଳ୍ପର ହେବ ଶୁଭ ଉଦଘାଟନ । ଏଥିପାଇଁ ଉତ୍ସବ ମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଆଜି ପୌଷ ଶୁକ୍ଳ ଷଷ୍ଠୀ ତିଥିରେ ଦିନ ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା । ଯଜ୍ଞ ଶେଷ ହେବା ପରେ ଅନ୍ତଃପ୍ରଦକ୍ଷଣ ପଥରେ ହେବ ନାମ ସଂଙ୍କିର୍ତ୍ତନ ଓ ଶୋଭାଯାତ୍ରା ।

ଅଧିକ ପଢନ୍ତୁ : ବାଲୁକା କଳାରେ ପୁରୀ ପରିକ୍ରମା ପ୍ରକଳ୍ପ

ତେବେ ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପୋଲିସ ସ୍କାନରରେ ରହିଛି ପୂରା ସହର । ତେବେ ଆଜି ଅପରାହ୍ନ ୩ଟା ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପରିକ୍ରମା ପ୍ରକଳ୍ପ ବୁଲି ପାରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the grand opening of the Puri Parikrama project | Argus News