Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ମା’ ଲକ୍ଷ୍ମୀଙ୍କ ପବିତ୍ର ମାଣବସା

Ritu Das
Browse all articles by Ritu Das
·2 years ago·1 min read
ଆଜି ମା’ ଲକ୍ଷ୍ମୀଙ୍କ ପବିତ୍ର ମାଣବସା

ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ମାଣବସା। ପ୍ରତିବର୍ଷ ଏବର୍ଷ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ମା' ଲକ୍ଷ୍ମୀଙ୍କ ମାଣବସା ପାଳନ କରାଯାଇଛି। ମାର୍ଗଶିର ମାସର ପ୍ରଥମ ଗୁରୁବାର ଠାରୁ ଶେଷ ଗୁରୁବାର ଯାଏ ମା' ଲକ୍ଷ୍ମୀଙ୍କର ଏହି ପୂଜା ପାଳନ କରାଯାଇଥାଏ । ଏହି ଓଷାକୁ ପ୍ରତିଟି ଓଡ଼ିଆଣୀ ମାନେ ବହୁ ଧୁମଧାମରେ ପାଳନ କରିଥାନ୍ତି । ମା' ଲକ୍ଷ୍ମୀଙ୍କ ପୂଜା ହେଉଛି ଓଡ଼ିଆଙ୍କ ନିଜସ୍ବ ପର୍ବ। ଏହି ପର୍ବରେ କୌଣସି ଜାତିଭେଦ ନ ଥାଏ । ପ୍ରତିଟି ଓଡ଼ିଆଙ୍କ ଘରେ ଘରେ ଏହି ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରି ମହାଲକ୍ଷ୍ମୀଙ୍କୁ ଆବାହନ କରିଥାନ୍ତି । ପରିବାରକୁ ଦୁଃଖ ଦାରିଦ୍ର୍ୟରୁ ରକ୍ଷା କରିବା ଲାଗି ମା' ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ପ୍ରତିଟି ଓଡ଼ିଆଣୀ ।

ମା' ଲକ୍ଷ୍ମୀଙ୍କ ମାଣବସା ଓଷା ପାଇଁ ପୂର୍ବଦିନ ରାତିରୁ ଗୃହିଣୀ ମାନେ ଘରଦ୍ଵାର ଲିପା ପୋଛା କରି ନୂଆ ଚାଉଳ ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦ ଆଙ୍କିଥାନ୍ତି । ଗୁରୁବାର ଭୋରରୁ ଗୃହଣୀମାନେ ଉଠି ସ୍ନାନ କରି ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥାନ୍ତି । ତାପରେ ମା ଲକ୍ଷ୍ମୀଙ୍କ ସମସ୍ତ ରୀତିନୀତି ଅନୁସାରେ ପୂଜା ପାଠ କରାଯାଇଥାଏ। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the holy | Argus News