Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପବିତ୍ର ପୌଷ ପୂର୍ଣ୍ଣିମା

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ପବିତ୍ର ପୌଷ ପୂର୍ଣ୍ଣିମା

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହେବ। ଆଜି ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। ରତ୍ନ ସିଂହାସନରେ ବର୍ଷକୁ 5 ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜିର ବେଶ ଅନ୍ୟତମ। ସକାଳଧୂପ ପରେ ସ୍ୱର୍ଣ୍ଣ ଓ ରତ୍ନ ଖଞ୍ଜିତ ଅଳଙ୍କାରରେ ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ।

ମସ୍ତକରେ କିରିଟ,,ପାଦରେ ଶ୍ରୀପୟର,,ହାତରେ ଶ୍ରୀଭୂଜ,,ହରିଡାମାଳ,,ବାହାଡା ମାଳ,,ସେବତୀମାଳ,,ଆଡକାନି,,ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜାରାଜେଶ୍ୱର ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେବେ। ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜିର ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ତେଣୁ ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷ ପୁର୍ଣ୍ଣିମା ଅର୍ଥାତ୍ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the holy Paush Purnima | Argus News