Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ବସିବ ଚଳିତବର୍ଷ ରଥଯାତ୍ରାର ଶେଷ ସମନ୍ବୟ ବୈଠକ

Odisha

ଆଜି ବସିବ ଚଳିତବର୍ଷ ରଥଯାତ୍ରାର ଶେଷ ସମନ୍ବୟ ବୈଠକ

Smruti Parija
Browse all articles by Smruti Parija
·1 year ago·2 min read
ଆଜି ବସିବ ଚଳିତବର୍ଷ ରଥଯାତ୍ରାର ଶେଷ ସମନ୍ବୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ଚଳିତବର୍ଷ ରଥଯାତ୍ରାର ତୃତୀୟ ବା ଶେଷ ସମନ୍ବୟ ବୈଠକ । ଚଳିତ ବର୍ଷ ଜୁଲାଇ 7 ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଆଜି ଦିନ 11.15 ରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଶେଷ ରଥ ସମନ୍ୱୟ କମିଟି ବୈଠକ । ଗତ ବୁଧବାର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଦ୍ୱିତୀୟ ରଥ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଆଇନମନ୍ତ୍ରୀଙ୍କ ସମ୍ମୁଖରେ  ଉପସ୍ଥାପନ କରିଥିଲେ । 

ଅନ୍ୟପଟେ ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ । ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ । ଆଇନକାନୁନ ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ତମାମ୍ ବ୍ୟବସ୍ଥାବଳୀ ଉପରେ ଆଜି ବୈଠକରେ ଆଲୋଚନା ହେବ ।  ସେପଟେ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ହୋ ହଲ୍ଲା ହୋଇଥିବା ବେଳେ ସିଡିଏମଓଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ହୋହଲ୍ଲା ହୋଇଥିଲା । ଅନ୍ୟପଟେ ସହରରେ ଘନଘନ ବିଦ୍ୟୁତକାଟ ସମସ୍ୟାକୁ ନେଇ ମଧ୍ୟ ଗତ ବୈଠକରେ ସରଗରମ ଆଲୋଚନା ହୋଇଥିଲା ।

ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଣୁ ଏସବୁ ଭିତରେ ଆଗକୁ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାଖଲ କରିବେ। ଆଜି ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧକ୍ଷତା କରିବାକୁ ଥିବାବେଳେ ନୂତନ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ଉପମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିବେ ।
 

Argus Whatsapp Channel Mobile Top
Sponsored
Today is the last coordination meeting of the Rath Yatra this year | Argus News