Videos
|
Odisha

ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ ଅର୍ଥାତ୍‌ ଆଜି ବିଜୟା ଦଶମୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ ଅର୍ଥାତ୍‌ ଆଜି ବିଜୟା ଦଶମୀ

ଅର୍ଗସ ବ୍ୟୁରୋ: ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ ଅର୍ଥାତ୍‌ ଆଜି ବିଜୟା ଦଶମୀ।  ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ରାବଣପୋଡି। ସେଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ବିଶ୍ବାସ ରହିଛି ରାବଣପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରାରୁ ମୁକ୍ତ କରିଥିଲେ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଦ୍ଵୈତ ନଗରୀରେ ମଧ୍ୟ ରାବଣପୋଡି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଭୁବନେଶ୍ବର, ପୁରୀ, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ଆଦି ସହରରେ ଧୁମଧାମର ସହ ଦୁର୍ଗାପୂଜା ପାଳନ କରାଯାଉଛି। ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। କେବଳ ରାଜଧାନୀର ଭକ୍ତ ନୁହଁନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତି ରାଜଧାନୀ ଦୁର୍ଗପୂଜାରେ ସାମିଲ ହୋଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Today is the last day of Sharadiya Durga Puja i.e. today is Vijaya Dechami | Argus News