ଆଜି ହେଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବିବାହ

ଅର୍ଗସ ବ୍ୟୁରୋ: ଆଜି ଦେବ ବିବାହ । ସାଜସଜା ସରିଛି। ରଙ୍ଗବେରଙ୍ଗର ଅଲୋକ ମାଳାରେ ଝଲସୁଛି ଶ୍ରୀଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳ। ତୋରଣ ବି ଲାଗିଛି। ବାଜା ବାଣ ବଇନା ଦିଆଯାଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ । ଏଥି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରରେ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଚଳିତ ବର୍ଷ ନବଦମ୍ପତି ଗୋସାଗରେଶ୍ୱର ଛକ ନିକଟ ଶୀତଳ ଷଷ୍ଠୀ ରାସ୍ତା, ତିନି ମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖଳା ଛକ ମଧ୍ୟ ଦେଇ ନଗର ପରିକ୍ରମା କରିବେ।
ଯାତ୍ରାରେ ଚଳିତ ବର୍ଷ ଘଣ୍ଟ, ସମ୍ବଲପୁରୀ, ଦୁଲ୍ଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢୋଲ ମହୁରି, ବନ୍ୟ ଜନ୍ତୁ ବେଶ, କଣ୍ଢେଇ, ଘୋଡ଼ା ନାଚ, ମୟୂରଭଞ୍ଜ ଛଉ, ଢୋଲ ମାଦଳ, ମହିଳା କଳସ ନୃତ୍ୟ, ଦେବଦେବୀ ବେଶ, ବନାଟି ସହିତ ବିଭିନ୍ନ ଜିଲ୍ଲାର ପାରମ୍ପରିକ ବାଦ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି।
ସେହିପରି ଉକ୍ତ ଦିନ ଲିଙ୍ଗରାଜ ଭଜନ ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ରାତି 11 ସମୟରେ ବରଯାତ୍ରୀ ଧରି କନ୍ୟା ଘର ଅଭିମୁଖେ ବାହାରିବେ ପ୍ରଭୁ ଲିଙ୍ଗରାଜ । ବିବାହ 10.15 ରୁ 2.30 ମଧ୍ୟରେ ହେବାର କାର୍ଯ୍ୟକ୍ରମ ରହିଛି । କନ୍ୟାପକ୍ଷ ଅର୍ଥାତ କେଦାର ଗୌରୀ ମନ୍ଦିର ପରିସରକୁ ଫୁଲରେ ସଜା ଯାଇଛି ସଂକୀର୍ତ୍ତନ ସହ ବର ପକ୍ଷଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ କନ୍ୟାପକ୍ଷ । ଦେବ ବିବାହ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର