Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ

ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ। ବିଭିନ୍ନ ଶକ୍ତିପୀଠକୁ ଦର୍ଶନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଜି ଅନୁଗୋଳ ବୁଢୀ ଠାକୁରାଣୀ ,କନକ ଦୁର୍ଗା,ଛେଣ୍ଡିପଦାର ମା ଡାକେଶ୍ବରୀ ,ପାତ୍ରପଡ଼ାର ମା ବାୟାଣୀ ,ତାଳଚେରର ମା ହିଙ୍ଗୁଳାଙ୍କ ପୀଠକୁ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏହାପରେ ସଂଧ୍ୟାରେ ଭୁବନେଶ୍ବର ଜୟଦେବ ଭବନରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 96ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ୍ ହେବେ। ରାତିରେ ପୁରୀ ଗସ୍ତ କରି ରାତ୍ରୀଯାପନ କରିବେ କେନ୍ଦ୍ରମନ୍ତ୍ରୀ। 

ରାତି ପାହିଲେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ତେବେ ଆଜି ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହେବ। ୩ ରଥର ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ରଥ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେବ ରଥଟଣା। ରଥଖଳାରୁ ସିଂହଦ୍ୱାରକୁ ପୋଲିସ ଅଧିକାରୀ ଓ ଭକ୍ତମାନେ ଟାଣି ନେଇଯିବେ ତିନିରଥକୁ। ରଥଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the second day of Dharmendra Pradhan's visit to Odisha | Argus News