Videos
|
Odisha

ଆଜି ବିଶ୍ୱ ଛେନାପୋଡ଼ ଦିବସ

Ritu Das
Browse all articles by Ritu Das
·2 years ago·2 min read
ଆଜି ବିଶ୍ୱ ଛେନାପୋଡ଼ ଦିବସ

ଅର୍ଗସ ବ୍ୟୁରୋ: ଆଜି ବିଶ୍ୱ ଛେନା ପୋଡ଼ ଦିବସ l ସମସ୍ତ ଓଡ଼ିଆଙ୍କ ମନରେ ନାହିଁ ନ ଥିବା ଖୁସି l ସବୁଠି ପାଳନ ହେଉଛି ଏହି ଦିବସ l ଛେନାପୋଡକୁ ବିଶ୍ୱସ୍ତରୀୟ କରାଇବା ପାଇଁ  ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ବିଶ୍ୱ ଛେନାପୋଡ ଦିବସ ରୂପେ ପାଳନ କରିବା ପାଇଁ ତୃତୀୟ ବର୍ଷରେ ଅଣ୍ଟା ଭିଡିଛନ୍ତି ବିଭିନ୍ନ ଅନୁଷ୍ଠାନ । ଏଥିପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି ।

ପିଲାଠୁ ବୁଢା, ମେହନତି ମଣିଷଠୁ ଆରମ୍ଭ କରି ସେଲିବ୍ରିଟି, ସଭିଁଙ୍କ ଖାସ ମିଠା ଇଏ। ତାକୁ କିଏ କୁହେ ମିଠା ତ ପୁଣି କିଏ କୁହେ ପିଠା। ଏହି ସୁସ୍ୱାଦୁ ଛେନାପୋଡ଼କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଛେନାପୋଡ଼। ପୋଡ଼ ପିଠା ଭଳି ଛେନାକୁ ପୋଡ଼ି ସେଥିରେ ଶିରା ଭିଜାଇ ଯେଉଁ ମିଠା ପ୍ରସ୍ତୁତ କରାଯାଏ ତାର ନାଁ ହେଉଛି ଛେନାପୋଡ଼। ଆଉ ଏହି ମିଠା ଏତେ ସୁସ୍ୱାଦୁ ଯେ, ୟାର ନାଁ ଶୁଣିଲେ ପାଟରୁ ଲାଳ ବାହରିବାଟା ଥୟ l ନୟାଗଡର ମିଠା ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ହାତରେ ପ୍ରଥମେ ପ୍ରସ୍ତୁତ ହୋଇଥିବାରୁ ତାଙ୍କରି ଜନ୍ମ ତିଥି ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। 

ନୟାଗଡ଼ରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ। ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତାଙ୍କ ଆଦି ସଭିଁଙ୍କ ପସନ୍ଦ ଛେନାପୋଡ଼। ନୟାଗଡ଼ କଚେରି ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ଦିନେ ବଳିପଡିଥିବା କିଛି ଛେନାକୁ ନଷ୍ଟ ହେବାରୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ l ବଳକା ଥିବା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡ଼ପିଠା ପ୍ରସ୍ତୁତ କରିଥିଲେ। ସେପଟେ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ସାଙ୍ଗକୁ ରାଜ୍ୟ ବାହାରେ ଛେନାପୋଡ଼ ଶିଳ୍ପର ବିକାଶ ଦିଗରେ ସରକାରୀ ସ୍ଥରରେ ପ୍ରୟାସ କରାଗଲେ ଛେନାପୋଡ଼ ଶିଳ୍ପ ବିଶ୍ୱମିଠା ବଜାରରେ ଆଦୃତ୍ତି ଲାଭ କରିପାରିବ ବୋଲି ଆଶା ରଖିଛନ୍ତି  ମିଠା ବ୍ୟବସାୟୀ ଓ ଛେନାପୋଡ଼ ପ୍ରେମୀ।

ଛେନାପୋଡକୁ ବିଶ୍ୱସ୍ତରୀୟ କରାଇବା ପାଇଁ  ନୟାଗଡ଼ରୁ ମାତ୍ର ୨ ବର୍ଷ ତଳେ ଆରମ୍ଭ ହେଉଥିବା ଉଦ୍ୟମକୁ ସବୁ ମହଲରୁ ସ୍ୱାଗତ କରାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Today is World | Argus News