Videos
|
Odisha

ଆଜି ପୀଠରେ ମା ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଥିବାବେଳେ ମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଜାରି ରହିଛି

Rashmita Mishra
Browse all articles by Rashmita Mishra
·1 year ago
ଆଜି ପୀଠରେ ମା ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଥିବାବେଳେ ମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଜାରି ରହିଛି

ଅଗର୍ସ ବ୍ୟୁରୋ: ନବରାତ୍ରୀକୁ ନେଇ ଉତ୍ସବମୁଖର ରାଜ୍ୟ । ଆଜି ପୀଠରେ ମା ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଥିବାବେଳେ ମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଜାରି ରହିଛି । ବାଙ୍କୀର ପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କ ପୀଠରେ ନବରାତ୍ର ପୂଜାକୁ ନେଇ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ରାଜ୍ୟର କୋଣଅନୁକୋଣରୁ ଛୁଟିଛି ଭକ୍ତଙ୍କ ସୁଅ । ମାଙ୍କ ଦୁର୍ଲ୍ଲଭ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ପୀଠରେ ସପ୍ତମ ଦିନରେ ପହଞ୍ଚିଛି ମାଙ୍କ ନବରାତ୍ର ପୂଜା । ସ୍ୱତନ୍ତ୍ର ନୀତିକାନ୍ତି ରେ ଚାଲିଛି ମାଙ୍କ ପୂଜାଅର୍ଚ୍ଚନା । ଆଜି କାଳରାତ୍ରୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ମହାମାୟା । ନୀତି ଅନୁସାରେ ମହାନଦୀରୁ ସେବାୟତଙ୍କ ଦ୍ୱାରା 108 ଗରା ଜଳରେ ମାଙ୍କୁ ସ୍ନାନ କରାଯାଇଥାଏ । ମାଙ୍କ କାଳରାତ୍ରୀ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମନୋକାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । 

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: