ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା' କାଳୀ
·2 years ago

ପୁରୀ: ଧରାବତରଣ ପରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା' କାଳୀ । ମନ୍ଦିର ଏବଂ ପୂଜା ମଣ୍ଡପରେ ମା'ଙ୍କ ଦୁର୍ଲଭ ବେଶ ଦର୍ଶନ କରି କୃପା ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ପରମ୍ପରା ଅନୁସାରେ ନିଶାର୍ଦ୍ଧରେ ମାଆଙ୍କର ଗୁପ୍ତ ରୀତିନୀତୀ ପୂଜା ଅନୁଷ୍ଠିତ ହୋଇଥିଲା । ମଧ୍ୟ ରାତ୍ରିରେ ଚକ୍ଷୁ ଦାନ ପରେ ଏବେ ମାଆଙ୍କ ଆଶୀଷ ନେବାକୁ ମନ୍ଦିର ଓ ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ଭକ୍ତମାନେ କିଭଳି ଶନ୍ତି ଶୃଙ୍ଖଳାରେ ମାଆଙ୍କ ଦର୍ଶନ କରିପାରିବେ ସେନେଇ ହୋଇଛି ବ୍ୟାପକ ବ୍ୟବସ୍ଥା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମଧ୍ୟ ମୁତୟନ କରାଯାଇଛି । ତେବେ ପୁରୀ ବୀରଗୋବିନ୍ଦପୁର, ବୀରପ୍ରତାପପୁର, ସମଜାଜପୁର ଓ ବୀରନରସିଂହପୁରରେ ଆଜି ରାତିରେ ହେବ ମାଆଙ୍କ ଭସାଣ ପର୍ବ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ