Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ  

ପୁରୀ:   ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଉପସ୍ଥାପିତ ହେବ ରତ୍ନଭଣ୍ଡାର ବାହାର କାନ୍ଥ ଓ ଚୂଳ ଉପର ଲେଜର ସ୍କାନିଂ ରିପୋର୍ଟ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ରିପୋର୍ଟ ନେଇ ବୈଠକରେ ତର୍ଜମା ହେବାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏହି ବୈଠକ ପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ଓ ଲେଜର ସ୍କାନିଂକୁ ନେଇ ଲାଗି ରହିଥିବା ସସପେନ୍ସ ଦୂର ହେବା ସମ୍ଭାବନା ରହିଛି ।

ଏହାସହ ଆଜିର ବୈଠକରେ ଚଳିତ ମାସ 19 ତାରିଖ ଓ ଏହାପୂର୍ବରୁ ହୋଇଥିବା ସବ-କମିଟି ବୈଠକର ବିବରଣୀ ଅନୁମୋଦନ ହେବ । ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ନୂତନ କାର୍ଯ୍ୟାଳୟ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ସାଂସ୍କୃତିକ କେନ୍ଦ୍ର ନିର୍ମାଣ, ଶ୍ରୀମନ୍ଦିର ନାଟମଣ୍ଡପ ସଂରକ୍ଷଣ, ଶ୍ରୀମନ୍ଦିର ଆଲୋକୀକରଣ, ପ୍ରମୋଦ ଉଦ୍ୟାନ ଉନ୍ନତିକରଣ ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବା ସହ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

 ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today meeting will be chaired by Gajapati Maharaja Dibyasingh Dev | Argus News