Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପବିତ୍ର ଶ୍ରୀହରିଶୟନ ଏକାଦଶୀ 

Manini Pattanayak
Browse all articles by Manini Pattanayak
·1 year ago·2 min read
ଆଜି ପବିତ୍ର ଶ୍ରୀହରିଶୟନ ଏକାଦଶୀ 

 ପୁରୀ:  ଆଜି ପବିତ୍ର ଶ୍ରୀହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ। ରଥ ଉପରେ ଏହି ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଭାବେ ସୁନାବେଶ ଦର୍ଶନ ପାଇଁ ରଥ ଉପରେ ସେବାୟତ ମାନେ ବିଗ୍ରହ ସମ୍ମୁଖରେ ନ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।  ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କର ମାନବୀୟ ଲୀଳା ଭଳି ରାଜକୀୟ ଲୀଳା ମଧ୍ୟ ଅନୁଷ୍ଠିତ ହେଉଛି। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସୁନାବେଶ ବା ରାଜବେଶ ବର୍ଷକୁ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଚାରିଥର ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଏବଂ ବାହୁଡ଼ା ପରଦିନ ସିଂହଦ୍ୱାରଠାରେ ଥିବା ରଥ ଉପରେ ସୁନାବେଶ କରାଯାଇଥାଏ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ ତଢ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି ଏବଂ ଅନେକ ପ୍ରକାର ମାଳି ସହ ମହଣ ମହଣ ସୁନାରେ ଝଟକିବେ ଦାରୁ ଦିଅଁ । ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ହେବ ସୁନାବେଶ। 

 ଅନ୍ୟପଟରେ ପ୍ରାୟ ୨୦ରୁ ୨୫ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ର ଆସିବାର ଆକଳନ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ଭିଡ ଓ ଗହଳି ନିୟନ୍ତ୍ରଣ ପାଇଁ ୧୯୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଜରୁରୀ କାଳୀନ ପରିସ୍ଥିତିରେ ପୋଲିସର ସହାୟତା ନେବା ପାଇଁ  ୧୧୨, ୬୩୭୦୯୬୭୧୦୦, ୬୩୭୦୯୭୨୧୦୦ ନମ୍ବରରେ ହେଲ୍ପ ଲାଇନ୍ ଜାରି କରାଯାଇଛି । ସେଇଭଳି କ୍ରାଉଡ ମୋବିଲିଟି ଯୋଜନା ଅନୁଯାୟୀ ମାର୍କେଟ ଛକଠାରୁ ବ୍ୟାରିକେଡ୍ ମାଧ୍ୟମରେ ଭକ୍ତମାନଙ୍କ ପାଇଁ ଗୋଟିଏ ପଥରେ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ମାର୍କେଟ ଛକରେ ବ୍ୟାରିକେଡରେ ପ୍ରବେଶ କରିବେ ଏବଂ ଗୋଇଙ୍କା ଧର୍ମଶଳା, ମାରିଚିକୋଟ ଏବଂ ରାଧାବଲ୍ଲଭ  ମଠ ସମ୍ମୁଖରେ ସିଂହ ଦ୍ୱାର ଆଡକୁ ଯିବେ। ସମସ୍ତ ଭକ୍ତ ନନ୍ଦିଘୋଷ ରଥ ପାର୍ଶ୍ୱରେ ଡାହାଣ ପଟେ ଯାଇ ସମସ୍ତ ତିନି ରଥ ଆଗରେ ଯିବେ ଏବଂ ଶ୍ରୀଜୀଉମାନଙ୍କର ଦର୍ଶନ କରିବେ। ଅରୁଣସ୍ତମ୍ଭ ଦେଇ ଗ୍ରାଣ୍ଡ ରୋଡର ପଶ୍ଚିମ ପାର୍ଶ୍ୱ ଦେଇ ମାର୍କେଟ ଛକ ଦେଇ ପ୍ରସ୍ଥାନ କରିବେ।  ସୁନାବେଶ ପାଇଁ ରେଳବାଇ ପକ୍ଷରୁ ୪୩ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ପରଦିନ ଅଧରପଣା ନୀତି ଥିବାରୁ ଅନ୍ୟ ୩୩ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today, on the holy day of Sriharisayan ekadashi Tith | Argus News