Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Odisha

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ବୈଶାଖ ମାସ କୃଷ୍ନପକ୍ଷ ଅମାବାସ୍ୟା ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ତେବେ ବନକଲାଗି ନୀତି ସରିବା ପରେ ଅନବସର ପିଣ୍ଡିରେ ଅନବସର ନୀତି ସହ ଜଡିତ କେତକ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ। ଯେଉଁଥିରେ ଅନବସର ପିଣ୍ଡି ନିକଟରେ କାନ୍ଥ ଓ ଚଟାଣ ମରାମତି କାର୍ଯ୍ୟ କରାଯିବ । ତେଣୁ ବନକଲାଗି ଓ ଅଣସର ପିଣ୍ଡି ନିକଟରେ ମରାମତି ପାଇଁ 6ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ।  ବିଧି ଅନୁଯାୟୀ ଶ୍ରୀମନ୍ଦିରରେ ନୀତି ବଢ଼ି ଦ୍ଵିତୀୟ ଭୋଗମଣ୍ଡପ  ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ  । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ  ।

ଅଧିକ ପଢନ୍ତୁ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ  । ଏହା ଏକ ଗୁପ୍ତ ସେବା ବା ଗୁପ୍ତ ନୀତି ହୋଇଥିବାରୁ ଏବଂ ଅନବସର ପିଣ୍ଡିରେ କିଛି କାର୍ଯ୍ୟ ଥିବାରୁ ଆଜି ଆପାତତଃ ସଂଧ୍ୟା ୬ଟାରୁ  ରାତି  ୧୨ଟା ପର୍ଯ୍ୟନ୍ତ  ୬ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ଦୁଇଟି ନୀତି ସମାପନ ପରେ  ପୁନର୍ବାର  ଦର୍ଶନ ଆରମ୍ଭ ହେବ ନା ମହାପ୍ରଭୁଙ୍କ ପହୁଡ ନୀତି ହେବ ସେନେଇ କିଛି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Today puri shreemandira will be closed for 6hrs | Argus News