Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ସାରା ରାଜ୍ୟରେ ଚାଲିଛି ସୁଭଦ୍ରା ସ୍ବାଗତ ପଦଯାତ୍ରା

Smruti Parija
Browse all articles by Smruti Parija
·1 year ago·1 min read
ଆଜି ସାରା ରାଜ୍ୟରେ ଚାଲିଛି ସୁଭଦ୍ରା ସ୍ବାଗତ ପଦଯାତ୍ରା

ଅର୍ଗସ ବ୍ୟୁରୋ: ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ବଢୁଛି ଉତ୍ସାହ । ଆଜି ସାରା ରାଜ୍ୟରେ ଚାଲିଛି ସୁଭଦ୍ରା ସ୍ବାଗତ ପଦଯାତ୍ରା । ରାଜଧାନୀର ୟୁନିଟ-୩ ଗିରିଦୁର୍ଗାଠୁ ରମାଦେବୀ ବିଶ୍ଵବିଦ୍ୟାଳୟ ଛକ ପର୍ଯ୍ୟନ୍ତ ସୁଭଦ୍ରା ସ୍ବାଗତ ପଦଯାତ୍ରା କରାଯାଇଛି । କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେ.ଭି ସିଂଦେଓ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ସାମିଲ୍ ହୋଇଥିଲେ । 

ଓଡ଼ିଶାର ପ୍ରତ୍ୟେକ ରାଜସ୍ଵ ଗାଁରେ ଆୟୋଜିତ ହେଉଛି ୧୦ ହଜାର ସୁଭଦ୍ରା ପଦ ଯାତ୍ରା । ଏବେ ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି 60 ଲକ୍ଷରୁ ଉର୍ଦ୍ଧ୍ଵ ମହିଳା, ଆଗକୁ ସଂଖ୍ୟା ଆହୁରି ବଢିବ । ଆସନ୍ତା 17 ତାରିଖରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା । ୧୫ ତାରିଖ ଯାଏଁ ଯେଉଁ ମାନେ ଆବେଦନ କରିଥିବେ ସେମାନଙ୍କ ପାଖକୁ ୧୭ ତାରିଖରେ ବ୍ୟାଙ୍କରୁ ପ୍ରଥମ କିସ୍ତି ଯିବ ।
 

ସୁଭଦ୍ରା ଯୋଜନାରେ ୨୧ ବର୍ଷ ବୟସ ପରେ ଆବେଦନ କରି ହେବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today, Subhadra welcome procession is going on across the state | Argus News