ଆଜି ତିନି ରଥରେ ଚାଲିଛି ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ସରି ଆସୁଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଆଜି ତିନି ରଥରେ ମହାପ୍ରଭୁଙ୍କ ଅଧରପଣା ନୀତି ଚାଲିଛି । ବିଶ୍ବାସ ରହିଛି ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହ ବହୁ ଦେବାଦେବୀ, ଚଣ୍ଡୀ, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି । ତେବେ ସେମାନଙ୍କ ସନ୍ତୁଷ୍ଟି ପାଇଁ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଥାଏ ।
ଏହି ପଣା ପାଇଁ ସ୍ବତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଣା ସାମଗ୍ରୀ ଓ ୩ଟି ଲେଖାଏ ଅଧର ହାଣ୍ଡି ଯୋଗାଇ ଦିଆଯାଇଥାଏ । ସିଂହଦ୍ବାର ସମ୍ମୁଖ ଛାଉଣି ମଠ କୂଅରୁ ପାଣିଆପଟ ସେବକ ମାନେ ପଣା ପାଇଁ ପାଣି ଯୋଗାଇଥାନ୍ତି । ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ମାନେ ପଞ୍ଚ ଉପଚାର ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିଥାନ୍ତି । ଅଧରପଣା ନୀତି ପରେ ଆସନ୍ତାକାଲି ମହାପ୍ରଭୁଙ୍କ ନିଳାଦ୍ରିବିଜେ ନୀତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର