Videos
|
Odisha

ଆଜି ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ଅନୁଷ୍ଠିତ

Banajyotshna Ray
Browse all articles by Banajyotshna Ray
·1 year ago
ଆଜି ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ଅନୁଷ୍ଠିତ

ଅର୍ଗସ ବ୍ୟୁରୋ:  ଆଜି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ଅନୁଷ୍ଠିତ ହେବ। ସିଂହଦ୍ଵାର ନିକଟରେ ସାତ ସାହି ୪୨ କନ୍ଦିର ପ୍ରାୟ 50ଟି ମେଢ ଏକାଠି ହେବେ। ସମସ୍ତ ମୂର୍ତ୍ତି ସିଂହଦ୍ୱାରକୁ ଆସିବା ପରେ ଲାଗିବ ଯେମିତି ସିଂହଦ୍ୱାରରେ ଚାଲିଛି ଦେବସଭା। ମାଆ ବାରବାଟୀ, ଜହ୍ନିଖାଇ, ଶୂନ୍ଯଗୋଷାଣୀ, ବେଲବାଇ, ଗେଲବାଇ, ନାଗା, ସିମ୍ପାଥି, ବୁଢାବୁଢି, ଦଶମୁଣ୍ଡିଆ ରାବଣ ଆଦି ମାଆଙ୍କର ବିଭିନ୍ନ ରୂପର ଆକର୍ଷଣୀୟ ଗୋଷାଣି ମୂର୍ତ୍ତିଙ୍କ ସମାଗମ ଭକ୍ତଙ୍କ ମହଲରେ ଆନନ୍ଦ ଦେବ।

ବିଧି ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ମହାଦୀପ ଉଠିଲେ ଦର୍ଶନ କରି ଗୋଷାଣୀମାନେ ଜଣେ ପରେ ଜଣେ ମେଲାଣିରେ ବାହାରିବେ। ଆଜି ପାଗ ଅନୁକୂଳ ଥିବାରୁ ଭସାଣି ଯାତ୍ରା ପାଇଁ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସେଥିପାଇଁ ଆଜି ଶ୍ରୀକ୍ଷେତ୍ରରେ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Today the famous Gosani Yatra is held at the puri srimandir | Argus News