Videos
|
Odisha

ଆଜି ଶ୍ରାବଣର ଦ୍ୱିତୀୟ ସୋମବାର, ରାଜ୍ୟର ବିଭିନ୍ନ ଶୈବ ପୀଠରେ ଲାଗିଛି କାଉଡ଼ିଆଙ୍କ ଗହଳି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ଶ୍ରାବଣର ଦ୍ୱିତୀୟ ସୋମବାର, ରାଜ୍ୟର ବିଭିନ୍ନ ଶୈବ ପୀଠରେ ଲାଗିଛି କାଉଡ଼ିଆଙ୍କ ଗହଳି

ଅର୍ଗସ ବ୍ୟୁରୋ:  ଆଜି ଶ୍ରାବଣର ଦ୍ୱିତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବ ପୀଠରେ ଲାଗିଛି କାଉଡ଼ିଆଙ୍କ ଗହଳି। ମହାଦେବଙ୍କୁ ଜଳାଭିଷେକ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ହଜାର ହଜାର ଭକ୍ତ। ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ, ଲୋକନାଥ ଓ ଧବଳେଶ୍ୱରଙ୍କ ପୀଠରେ ବି ପ୍ରବଳ ଗହଳି ଦେଖିବାକୁ ମିଳିଛି। ପବିତ୍ର ଗୁରୁପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ। ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ।

ସେହି ବିଶ୍ବାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳାଭିଷେକ କରନ୍ତି ଏହି ପବିତ୍ର ମାସରେ। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମନରେ ଅକୁଣ୍ଠ ଭକ୍ତିଭାବ ଓ ବିଶ୍ୱାସ ନେଇ ମହାଦେବଙ୍କ ନିକଟରେ ଜଳାଭିଷେକ କରିଛନ୍ତି କାଉଡ଼ିଆ। ରାଜ୍ୟର ବିଭିନ୍ନ ସ୍ଥାନ ଭଳି କନ୍ଧମାଳ ଜିଲା ବାଲିଗୁଡ଼ାରେ ମଧ୍ୟ ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ଶତାଧିକ କାଉଡ଼ିଆଙ୍କ ଭିଡ଼ ଲାଗିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Today, the second Monday of Shravan | Argus News