ଦିନ ବେଳର ଖବର ସଂକ୍ଷେପରେ.....

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ସକାଳୁ ସକାଳୁ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।
୨- ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ......ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ.....ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି
୩- ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ଆଜି ମାଲକାନଗିରି ବନ୍ଦ .....ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ପାଳନ
୪- ମହାକାଶ କ୍ଷେତ୍ରରେ ଭାରତ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି ସକାଳ ୯.୧୭ ସମରେ ଶ୍ରୀହରିକୋଟାର ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ଏସଏସଏଲଭି-ଡି୩ ରକେଟ ସଫଳତାର ସହ ଲଞ୍ଚିଂ କରାଯାଇଛି
୫- ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଷଷ୍ଠତମ ମୃତ୍ୟୁବାର୍ଷିକୀ...ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
୬- ସାମ୍ନାକୁ ଆସିଲା କୋଲକତା ମହିଳା ଡାକ୍ତରଙ୍କ ହତ୍ୟା ପଛର ଚାଞ୍ଚଲ୍ୟକର ଅଡିଓ.....ପ୍ରିନ୍ସିପାଲ-ବରିଷ୍ଠ ଡାକ୍ତର ଏହି ମାମଲାରେ ମୁଖ୍ୟ ଯଡ଼ଯନ୍ତ୍ରକାରୀ ବୋଲି ସନ୍ଦେହ କରାଯାଉଛି । ଏଥିସହିତ ଏହି ମାମଲାରେ ଜଣେ ଯୁବତୀ ମଧ୍ୟ ସାମିଲ ଥିବା କୁହାଯାଉଛି
୭- ଥମୁନି ଦୁଷ୍କର୍ମ ଲଜ୍ଜା....କୋଲକାତା ପରେ ପୁଣି ଉତ୍ତରାଖଣ୍ଡ.... ନର୍ସଙ୍କୁ ଦୁଷ୍କର୍ମ ପରେ ଗଳା ଚିପି ହତ୍ୟା
୮- ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସ.......ଅମିତ ରୋହିଦାସଙ୍କୁ ପ୍ରଶଂସା ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
୯- ବକ୍ସ ଅଫିସ୍ରେ ଧମାଲ କରୁଛି ‘ସ୍ତ୍ରୀ-୨’, ପ୍ରଥମ ଦିନରେ କଲା 50 କୋଟିର କଲେକସନ
୧୦- ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପର ରୂପ। ଏହା ପ୍ରଭାବରେ ରାଜ୍ୟରେ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର