Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରମ୍ଭରୁ ଟୋକନ ଟେନସନ, ଧାନ ଆଣିଥିବା ଚାଷୀଙ୍କ ଟୋକନ ନାହିଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆରମ୍ଭରୁ ଟୋକନ ଟେନସନ, ଧାନ ଆଣିଥିବା ଚାଷୀଙ୍କ ଟୋକନ ନାହିଁ

ଅର୍ଗସ ବ୍ୟୁରୋ: କଳାପାଣି ମଣ୍ଡିରେ ଧାନ ଆଣିଥିବା ଚାଷୀ ସୁରେଶ ନିକାଣ୍ଟି ଧୁପ ଦେବା ପରେ ନଡିଆ ଭାଙ୍ଗିଛନ୍ତି.। ହେଲେ ଦୁର୍ଭାଗ୍ୟ ତାଙ୍କର ଟୋକନ ଆସିନି।ସେହିପିରି ଅତାବିରା ଧାନମଣ୍ଡିକୁ ଧାନ ଆଣିଥିବା ଲାଜରପଲିର ଚାଷୀ ରାମାୟଣ ଗଡତିଆରଙ୍କର ବି ଆସିନି ଟୋକନ। ଚାଷୀଙ୍କ ଅଭିଯୋଗ ଯାହାର ଧାନ ଅମଳ ସରିଛି। ବିକ୍ରି କରିବାକୁ ଚାହୁଁଛନ୍ତି ସେମାନଙ୍କର ଟୋକନ ଆସିନି। ଆଉ ଯେଉଁମାନଙ୍କର ଧାନ ନାହିଁ ସେମାନଙ୍କର ଟୋକନ କରିଛି ଯୋଗାଣ ବିଭାଗ। ସେପଟେ ଆରମ୍ଭରୁ ଟୋକନ ସମସ୍ୟାକୁ ନେଇ ଘେଁସ୍ ସୋସାଇଟିରେ ତାଲା ଦେଇ ଘାରଣା ଦେଲେ ସହିଦ ମାଧୋସିଂ ଆଞ୍ଚଳିକ କୃଷକ ସଙ୍ଗଠନର ଚାଷୀ।

ଏଥର ଖରିଫ ପାଇଁ ବରଗଡରେ  ଏକ ଲକ୍ଷ 51 ହଜାର 435 ଜଣ ଚାଷୀ  ଧାନ କ୍ରୟ କରିବା ପାଇଁ  ନାଁ ପଞ୍ଜିକୃତ କରିଥିବା ବେଳେ 112 ଜଣ ମିଲରସ 54 ଏସଏଚଜି ଗ୍ରୁପ ,58 ଟି ପେକ୍ସ ମାଧ୍ୟମରେ ଧାନ କିଣାଯିବ। ହେଲେ ବିଳମ୍ବରେ ମଣ୍ଡି ଖୋଲି ପ୍ରଶାସନ ମିଲର ଓ ଦଲାଲଙ୍କ ପାଇଁ ସାହାଣ ମେଳା କରିଛି। ମଣ୍ଡି ଖୋଲିବା ଆଗରୁ ମିଲରେ ଲାଗୁଛି ଧାନ ଟ୍ରକ। ବରଗଡ ଓ ନୂଆପଡା ଅର୍ଗସ କ୍ୟାମେରାରେ ସରକାରଙ୍କ ଏ  ମିଲର ପ୍ରେମ ଧରାପଡିଥିଲା--ୱିଣ୍ଡୋ ଭିଜୁଆଲ। ନୂଆପଡାରେ ମିଲକୁ ଧାନ ଯାଉଥିବା ବେଳେ ଅର୍ଗସ କ୍ୟାମେରା ଧରିଥିବା ବେଳେ ବରଗଡରେ ମିଲ ଆଗରେ ଥିବା ଧାନଟ୍ରକର ଚିତ୍ର କଏଦ କରିଥିବା ଆମ କ୍ୟାମେରା ଟି॥

ପ୍ରଥମ  ପର୍ଯ୍ୟାୟରେ  ବରଗଡକୁ ଜିଲ୍ଲାକୁ 67 ଲକ୍ଷରୁ ଅଧିକ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ମିଳିଥିବା ବେଳେ  ଏବେ ଚାଷୀଙ୍କ ପାଇଁ ଟେନସନ ବଢାଇଛି ଟୋକନ। ବରଗଡରେ  କେବଳ ନାଁକୁ ମଣ୍ଡି ଖୋଲିଥିବା ବେଳେ ନୂଆପଡାରେ 24ରେ ମଣ୍ଡି ଖୋଲିବ। କିନ୍ତୁ ତା ପୂର୍ବରୁ ଦଲାଲ ଓ ମିଲରଙ୍କ ପକେଟ ଗରମ ପାଇଁ ଫୁଲ ଦମରେ ଲାଗିପଡିଛି ସରକାରୀ କଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Token tension from the beginning, no token of the farmer bringing the grain | Argus News